ଭୁବନେଶ୍ୱରରେ ଏବେ କ’ଣ ଖୋଲା କ’ଣ ବନ୍ଦ…
29/04/2020 at 8:15 AM

ଭୁବନେଶ୍ୱର ୨୯।୦୪: କରୋନା ମୁକାବିଲା ପାଇଁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ ଜାରି ରହିଛି । ଲକ୍ ଡାଉନ୍ ପାଇଁ ଏବେ କିଛି ଅତ୍ୟାବଶ୍ୟକ ଦୋକାନ ଯଥା ଔଷଧ, ଗ୍ରୋସରୀ, ପନିପରିବା, ଫଳ, ମାଛ, ମାଂସ ଦୋକାନ ଖୋଲା ରହିଛି । ପେଟ୍ରୋଲ ପମ୍ପ, ଗ୍ୟାରେଜ, ବ୍ୟାଙ୍କ ଓ ପୋଷ୍ଟ ଅଫିସ ସେବା ମଧ୍ୟ ଚାଲୁ ରହିଛି । ଆଗାମୀ ଦିନରେ ଭୁବନେଶ୍ୱରରେ ଲକଡାଉନକୁ କିଛି କ୍ଷେତ୍ର ପାଇଁ କୋହଳ କରାଯିବ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ସ୍ଥିତି ଅନୁଧ୍ୟାନ ପରେ ବିଏମ୍ ସି ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । କେଉଁ ଦୋକାନ ଖୋଲା ରହିବ, କିଏ ବନ୍ଦ ରହିବ ଏଥିରେ ଉଲ୍ଲେଖ ରହିଛି । ବିଏମ୍ ସିର ଗାଇଡଲାଇନ ଅନୁସାରେ ଆସନ୍ତୁ ଜାଣିବା କଣ ରହିବ ଖୋଲା କଣ ରହିବ ବନ୍ଦ
