ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଏମସରେ ନୂଆ ଫଙ୍ଗସ୍‌ ଠାବ: ଦୀର୍ଘ ଦିନ ଧରି ଷ୍ଟେରଏଡ୍‌ ଓ ଆଣ୍ଟିବାୟୋଟିକ୍‌ ବ୍ୟବହାର କରୁଥିବା ରୋଗୀଙ୍କ ପାଇଁ ସାଜିପାରେ ଘାତକ

21/08/2021 at 8:23 AM

ଭୁବନେଶ୍ୱର,୨୧/୦୮: ଭୁବନେଶ୍ୱର ଏମ୍‌ସ ଗବେଷକ ମାନେ ଆବିଷ୍କାର କରିଛନ୍ତି ନୂଆ ଫଙ୍ଗସ୍‍ । ଏହି ପ୍ରଜାତିର ନାଁ କନିଂଘାମେଲା ଅରୁଣାଲାକେ ରଖାଯାଇଛି । ଏହି ଫଙ୍ଗସ୍‌ ଯୋଗୁ ବ୍ଲାକ୍‍ ଫଙ୍ଗସ୍‌ ବା ମ୍ୟୁକୋର ମାଇକାସିସ୍‌ ହେଉଥିବା ଗବେଷଣାରୁ ଜଣାପଡ଼ିଛି । ଦୀର୍ଘ ଦିନ ଯାଏ ଷ୍ଟେରଏଡ୍‌ ଓ ଆଣ୍ଟିବାୟୋଟିକ୍‌ ବ୍ୟବହାର ଦ୍ୱାରା ବା କରୋନାରୁ ସୁସ୍ଥ ପରେ ଫଙ୍ଗାଲ ସଂକ୍ରମଣର ଆଶଙ୍କା ରହୁଛି ।

ଶରୀରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଏହା ଆକ୍ରାନ୍ତ କରୁଛି । ଭୁବନେଶ୍ୱର ଏମସ୍‌ର ମାଇକ୍ରୋ ବାୟୋଲୋଜିଷ୍ଟ ଡା. ବିନୟ ହାଲୁର କହିଛନ୍ତି ଏହି ଫଙ୍ଗସ୍‌ ସମ୍ପର୍କରେ କହିଛନ୍ତି, ଏହା ବାୟୁମଣ୍ଡଳରେ ରୁହେ । ଉଭୟ କୋଭିଡ୍‌ ହୋଇଥିବା ଓ ଅଣ କୋଭିଡ୍‌ ରୋଗୀଙ୍କୁ ଏହା ଆକ୍ରାନ୍ତ କରେ ।

ଡାଇବେଟିସ୍‍ ଓ ଷ୍ଟେରଏଡ୍‍ ନେଉଥିବା ରୋଗୀଙ୍କ ନାକ ବାଟେ ଭିତରକୁ ପଶେ । ଏହା ବଢିଲେ ଏହାର ଆଖପାଖରେ ଥିବା ଟିସୁଗୁଡିକ ନଷ୍ଟ ହୋଇଯାଏ । ପରେ ଏହା ନାକରୁ ମସ୍ତିଷ୍କକୁ ସଂକ୍ରମିତ କରି ରୋଗୀର ଜୀବନ ନେଇଯାଏ । ଠିକ୍‌ ସମୟରେ ଚିକିତ୍ସା କଲେ ଏଥିରୁ ସୁସ୍ଥ ହୋଇପାରିବେ ବୋଲି ସେ କହିଛନ୍ତି ।

   Related Posts