ଆଇଟିଇଆର ପରିସରରେ ସୋଆର ପୁରାତନ ଛାତ୍ରଙ୍କ ଦ୍ୱାରା ନୂଆ ଫୁଡ୍ ଷ୍ଟାର୍ଟଅପ୍‌ ଆରମ୍ଭ

Published By : Prameya-News7 Bureau | June 22, 2022 IST

ଭୁବନେଶ୍ୱର ୨୧/୦୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଙ୍କ ଦ୍ୱାରା ଏକ ଫୁଡ୍ ଷ୍ଟାର୍ଟଅପ୍ ଇନିଷ୍ଟିଚିଉଟ୍ ଅଫ୍ ଟେକ୍ନିକାଲ୍ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ଆରମ୍ଭ ହୋଇଛି।

ସୋଆର ୨୦୧୮ ବ୍ୟାଚ୍‌ର ଛାତ୍ର ସହସ୍ରାଂଶୁ ମହାନ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରେଷ୍ଟୁରାଣ୍ଟର ନାମ “ସଲ୍ଟ ଆଣ୍ଡ ମଲ୍ଟ’’ ରଖାଯାଇଛି। ସୋମବାର ସୋଆର ଉପସଭାପତି ଶାଶ୍ୱତି ଦାସ ଏହାର ଉଦଘାଟନ କରିଛନ୍ତି। ଆଇଟିଇଆର୍ ପରିସରରେ ଥିବା ଫୁଡ୍ କୋର୍ଟରେ ସହସ୍ରାଂଶୁ ଏହି ରେଷ୍ଟୁରାଣ୍ଟ ଖୋଲିଛନ୍ତି।

ଏହି ରେଷ୍ଟୁରାଣ୍ଟ ୨୩୮ ପ୍ରକାରର ଖାଦ୍ୟ ପରିବେଷଣ କରିବାର ବ୍ୟବସ୍ଥା ରଖାଯାଇଛି। ଏଠାରେଦକ୍ଷିଣ ଭାରତୀୟ, ଉତ୍ତର ଭାରତୀୟ ଓ ଥାଇ ସହିତ ସମସ୍ତ ପ୍ରକାର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଆମିଷ ଓ ନିରାମିଷ ଖାଦ୍ୟକୁ ସୁଲଭ ମୂଲ୍ୟରେ ସୋଆ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଏହି କ୍ୟାଣ୍ଟିନ ଉଦଘାଟନ ସମୟରେ ଶାଶ୍ୱତି ଦାସଙ୍କ ସମେତ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଣ୍ଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇଲେକ୍ଟି୍ରକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା, କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଡିସିନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ସତୀଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.