ପରଦାକୁ ଆସିବ ରୋମାଣ୍ଟିକ୍‌ ପ୍ରେମ କାହାଣୀ 'ମନ ମୋର କାଗଜ ଗୁଡ଼ି’, ୪ରେ ଶୁଭମୁକ୍ତି

Published By : Prameya-News7 Bureau | March 03, 2022 IST

ଭୁବନେଶ୍ୱର ୦୩।୦୩ : ପରଦାକୁ ଆସିବ ମନ ମୋର କାଗଜ ଗୁଡି ।  ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । ଗତ ଡିସେମ୍ବରରେ ସିନେମା ଅଡିଓ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଁଟି ଚାଲିଥିଲା ବେଳେ ଏବେ ରିଲିଜ୍‌କୁ ଅପେକ୍ଷା।

ତେବେ ଫିଲ୍ମର ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସବରେ ପ୍ରଯୋଜକ ଶିବିର କୁମାର ପରିଡା ,ସହ ପ୍ରଯୋଜକ ବିବେକାନନ୍ଦ ବାରିକ , ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପାତ୍ର ଓ ଅଭିନେତା ରାକେଶ , ବିକାଶ ଚନ୍ଦ୍ର  ପଟ୍ଟନାୟକ , ଅଭିନେତ୍ରୀ ମମତା ଦାସ , ଐଶ୍ୱର୍ଯ୍ୟା ,ସହଯୋଗୀ ନିର୍ଦ୍ଦେଶକ ସ୍ୱାଗତ ପାତ୍ର , ସହ ନିର୍ଦ୍ଦେଶକ ଜୁନିଅର ସିଦ୍ଧାନ୍ତ ଉପସ୍ଥିତ ରହିଥିଲେ। ଫିଲ୍ମଟି କଟକ, ଭୁବନେଶ୍ୱର, ବାଲେଶ୍ୱର ସମେତ  ଓଡିଶା ବାହାରେ ମଧ୍ୟ ରିଲିଜ କରାଯିବ । ଖାସ୍‌ କରି କୋଲକାତା,ଦିଲ୍ଲୀ , କୋଲକାତା , ବାଙ୍ଗାଲୋର,ସୁରଟରେ ରିଲିଜ୍‌ କରାଯିବ । ଚଳଚିତ୍ରଟି ମୁକ୍ତିଲାଭ କରି ଲୋକଙ୍କ ମନରେ ଖାସ୍‌ ଜାଗାଟିଏର ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥାର ପ୍ରଚାର ମୁଖ୍ୟ ଭରତ ପ୍ରଧାନ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.