ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ, କାହାର କଟିବ ପଦ ? ଆଶା ଆଶଙ୍କାରେ ବହୁ ନେତା

Published By : Prameya-News7 Bureau | May 30, 2019 IST

ନୂଆଦିଲ୍ଲୀ ୩୦|୫:  କେନ୍ଦ୍ରରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କାହାକୁ ମିଳିବ, କାହାର କଟିବ ମନ୍ତ୍ରୀ ପଦ ସେ ନେଇ ଆଶା ଆଶଙ୍କାରେ ଅଛନ୍ତି ନେତା । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ପୁଣି ସାମିଲ ହୋଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଧର୍ମେନ୍ଦ୍ରଙ୍କ ପାଖକୁ ଫୋନ୍ କଲ ଆସିଥିବା ସୂଚନା ରହିଛି । ଏହା ପୂର୍ବରୁ ମୋଦି ସରକାରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଦାୟିତ୍ବ ନିଭାଉଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ସେହିଭଳି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମନ୍ତ୍ରୀ ପଦ ରେସରୁ ନିଜ ଆଡ଼ୁ ଓହରିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଭେଟିଛନ୍ତି ମୋଦି । ପାଖାପାଖି ଅଧଘଣ୍ଟା କାଳ ଉଭୟଙ୍କ ଭିତରେ ଆଲୋଚନା ହୋଇଛି ।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଘରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭେଡକର, ରାଜ୍ୟ ବର୍ଦ୍ଧନ ସିଂ ରାଠୋର୍, ପିୟୁଷ ଗୋୟଲ ଆଦି ନେତାଙ୍କୁ ବି ମିଳିପାରେ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ଭୂମିକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.