କାଲିଠାରୁ ନୂଆ ଡିଟିଏଚ ନିୟମ, ଟିଭି ଦେଖା ଶସ୍ତା ହୋଇଯିବ: କେଉଁ କେଉଁ ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି ତାହା ନିଜ ଅପରେଟରଙ୍କୁ ଜଣାଇଦିଅନ୍ତୁ, ନହେଲେ ବନ୍ଦ ହୋଇଯିବ ଟିଭି

Published By : Prameya-News7 Bureau | January 31, 2019 IST

ଭୁବନେଶ୍ବର ୩୧|୧: କାଲିଠାରୁ ଡିଟିଏଚ ପାଇଁ ଧାର୍ଯ୍ୟ ନୂଆ ନିୟମ ଲାଗୁ ହେବ। ଯେଉଁଥିରେ ଆପଣଙ୍କ ଟିଭି ଦେଖିବାର ଫର୍ମୁଲା ବଦଳିବ। ହୁଏତ ଆପଣଙ୍କ ପାଇଁ ଟିଭି ଦେଖା ଶସ୍ତା ହୋଇଯିବ।  ଡିଟିଏଚ ଏବଂ କେବଲ ଗ୍ରାହକମାନେ ବେସ୍‌ ପ୍ରାଇସ ଉପରେ ୧୦୦ ଚ୍ୟାନେଲ ଦେବେ। ଆଉ ତାପରେ ପେ ଚ୍ୟାନେଲ ଅନୁସାରେ ଗ୍ରାହକମାନେ ଟଙ୍କା ଦେଇ ଚ୍ୟାନେଲ ସବସ୍କ୍ରାଇବ କରିପାରିବେ।

{"id":80337}

କାଲିଠାରୁ ବଦଳିବ ଟିଭି ଦେଖାର ଫର୍ମୁଲା। ଡିଟିଏଚ ଏବଂ କେବୁଲ ଅପରେଟରଙ୍କ ପାଇଁ ଟ୍ରାଇ ଧାର୍ଯ୍ୟ କରିଥିବା ନୂଆ ନିୟମ ଲାଗୁ ହେବ। ଏହି ନିୟମ ଅନୁଯାୟୀ ବେସ୍‌ ପ୍ରାଇସ୍‌ ସର୍ବାଧିକ ୧୩୦ ଟଙ୍କା ଏହା ଉପରେ ରହିଛି ଜିଏସଟି ଚାର୍ଜ। ଏଥିରେ ଆପଣ ୧୦୦ ଫ୍ରି ଟୁ ଏୟାର ଚ୍ୟାନେଲ ସବସ୍କ୍ରାଇବ କରିପାରିବେ।

{"id":80338}

ଏହାପରେ ଆପଣ ଯଦି ଅଧିକ ଚ୍ୟାନେଲ ଦେଖିବାକୁ ଚାହିଁବେ ସେ ସବୁ ଚ୍ୟାନେଲଗୁଡ଼ିକର ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଆପଣ ମାସିକ ଶୁଳ୍କ ପ୍ଲସ ଜିଏସଟି ଚାର୍ଜ ଅଧିକ ଦେବେ। ନହେଲେ ଆପଣ ୧୩୦ ପ୍ଲସ୍‌ ଜିଏସଟିରେ ଆପଣଙ୍କର ମନମୁତାବକ ଚ୍ୟାନେଲ ଦେଖିପାରିବେ।

{"id":80339}

ତେଣୁ ଏହା ପୂର୍ବରୁ ଆପଣ କେଉଁ କେଉଁ ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି ତାହା ନିଜ ଅପରେରଟଙ୍କୁ ଜଣାଇଦିଅନ୍ତୁ। ନହେଲେ ଟିଭି ବନ୍ଦ ହୋଇଯାଇପାରେ। ଅବଶ୍ୟ ଯଦି ଆପଣ ଆଗୁଆ ଟଙ୍କା ଦେଇସାରିଛନ୍ତି ତେବେ ଚ୍ୟାନେଲ ବନ୍ଦ ହେବନି।

{"id":80340}

ତେଣୁ କେଉଁ ଚ୍ୟାନେଲର କେତେ ଦର ତାହା ଆପଣଙ୍କ ଟିଭି ସ୍କ୍ରିନ୍‌ରେ ଉପଲବଧ ନହେଲେ www.channeltariff.trai.gov.in ୱେବସାଇଟରେ ତଥ୍ୟ ମିଳିପାରିବ। ।  ଯେମିତିକି ଆପଣଙ୍କ ଫେବରାଇଟ ପ୍ରମେୟ ନ୍ୟୁଜ ସେଭେନ ଫ୍ରି ଟୁ ଏୟାର ଅଛି। ତେଣୁ ଏହାକୁ ଆପଣ  ତାଲିକା ଭିତରେ ରଖିବାରେ କିଛି ଅଧିକ ଚାର୍ଜ ପଡ଼ିବନି।

{"id":80341}

ଡିଟିଏଚ ପରି  ସେହିପରି କାଲିଠାରୁ ମଧ୍ୟ ବିଦେଶୀ ଇ କମର୍ସ କମ୍ପାନି ଯେମିତିକି ଆମାଜନ ଓ ଫ୍ଲିପକାର୍ଟଙ୍କ ପାଇଁ ନୂଆ ନିୟମ ଲାଗୁ ହେବ। ଯେଉଁଥିରେ ସେମାନଙ୍କ ପାଇଁ ନୂଆ କଟକଣା ମାନ ଲାଗିବାକୁ ଯାଉଛି। ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.