କରୋନା ଆକ୍ରାନ୍ତଙ୍କ ଲାଗି ଜାରି ହେଲା ସଂଶୋଧିତ ଡିସଚାର୍ଜ ନୀତି, ଜାଣନ୍ତୁ କେବେ କାହାକୁ ହସ୍ପିଟାଲରୁ ମିଳିବ ଛୁଟି

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୯।୫: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କରୋନା ଆକ୍ରାନ୍ତଙ୍କ ଲାଗି ଶନିବାର ସଂଶୋଧିତ ଡିସଚାର୍ଜ ପଲିସି ଜାରି କରିଛନ୍ତି। ନୂଆ ନୀତି ଅନୁସାରେ ଜଦି ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନାହିଁ ତେବେ ତାଙ୍କୁ ୧୦ ଦିନ ଦିନ ହସ୍ପିଟାଲରୁ ବିନା ପରୀକ୍ଷଣରେ ଡିଶ୍ଚାର୍ଜ କରାଯାଇପାରିବ। ତେବେ ଗୁରୁତର ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଡାକ୍ତର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି।

{"id":267296,"sizeSlug":"large"}

ହେଲେ ୧୦ ଦିନରେ ହସ୍ପିଟାଲରୁ ଡିଶ୍ଚାର୍ଜ ହେଉଥିବା ଆକ୍ରାନ୍ତଙ୍କୁ ଘରେ ୭ ଦିନ ଆଇସୋଲେସନରେ ରହି ଡାକ୍ତରଙ୍କ ସ୍ୱାସ୍ଥ୍ୟ ମାର୍ଗଦର୍ଶନ ଅନୁସରଣ କରିବେ ବୋଲି କୁହାଯାଇଛି। ସୂଚନା ଯୋଗ୍ୟଯେ ଭାରତରେ କରୋନା ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ହଜାରରେ ପହଞ୍ଚିଛି। ଏଣୁ ଜରୁରକାଳୀନ ପରିସ୍ଥିତିରେ ହସ୍ପିଟାଲରେ ବେଡ ମିଳୁନଥିବାରୁ ପରିସ୍ଥିତି  ଉଦବେଗଜନକ ହେବାରେ ଲାଗିଛି।

{"id":267300,"sizeSlug":"large"}

ଏପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ଆରଟିଆର ଓ ପିସିଆର ଟେଷ୍ଟରେ ନେଗେଟିଭ ଆସୁନଥିବା ସଂକ୍ରମିତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଉନଥିଲା। ତେବେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। କେବଳ ଗତ ସପ୍ତାହକରେ ଦେଶରେ ୨୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଣୁ ଦେଶରେ ସ୍ୱାସ୍ଥ୍ୟ ସୁବିଧା ନେଇ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ ସରକାର ନୂତନ ନୀତି ଅବଲମ୍ବନ କରିବାକୁ ବାଧ୍ୟ ହୋଇଛନ୍ତି।

{"id":267305,"sizeSlug":"large"}

ଉପୁଜିଥିବା ପରିସ୍ଥିତିରୁ ଦେଶରେ କରୋନାର ଦ୍ରୁତ ସଂକ୍ରମଣର ସୂଚନା ମିଳୁଛି। ଏଥିରୁ ଜୁନ ଓ ଜୁଲାଇ ମାସରେ ସଂକ୍ରମଣ ଉଗ୍ର ରୂପ ଧାରଣ କରିବାର ଆଶଙ୍କା ରହୁଥିବାରୁ ସେତେବେଳେ ଦେଶରେ ଯେପରି ସ୍ୱାସ୍ଥ୍ୟ ସୁବିଧାର ଅଭାବ ନ ହୁଏ ସେଥିପ୍ରତି ସରକାର ସତର୍କତା ଅବଲମ୍ବନ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.