ଫୁଲବାଣୀ ନୂତନ DFO ଭାବେ ଯୁବ ପ୍ରଶାନ୍ତ ପଟେଲଙ୍କ ଯୋଗଦାନ, ବିପୁଳ ସ୍ୱାଗତ

Published By : Prameya-News7 Bureau | September 12, 2022 IST

ଫୁଲବାଣୀ ୧୨।୦୯: ଫୁଲବାଣୀ ନୂତନ ବନଖଣ୍ଡ ଅଧିକାରୀ ଭାବେ ଯୁବ ଆଇଏଫ୍‌ଏସ୍‌ ପ୍ରଶାନ୍ତ ପଟେଲଙ୍କ ଯୋଗଦାନ । ପ୍ରଶାନ୍ତ ଡେରାଡୁନ୍‌ରୁ ଟ୍ରେନିଂ ସାରି ଫୁଲବାଣୀ ଡିଭିଜନର ଇନଚାର୍ଜ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସେହିପରି ଏହା ପୂର୍ବରୁ ଫୁଲବାଣୀ ଡିଏଫ୍‌ଓ ଥିବା ଲକ୍ଷ୍ମୀଧର ବେହେରାଙ୍କ ଅବସର ପରେ ବାଲିଗୁଡ଼ା ଡିଏଫଓ ବିଶ୍ୱରାଜ ପଣ୍ଡା ଫୁଲବାଣୀ ଡିଏଫଓ ଭାବେ ଅତିରିକ୍ତ ଭାବେ ଦାୟିତ୍ୱରେ ଥିଲେ । ତେବେ ନୂତନ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ଯୋଗଦାନ ପରେ ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟାପ୍ରାଣୀ ସୁରକ୍ଷା ଓ ମୂଲ୍ୟବାନ ଜଙ୍ଗଲର ସୁରକ୍ଷା ଦୃଷ୍ଟି ଉପରେ ବିଶେଷ ଧ୍ୟାନ୍‌ ଦିଆଯିବ । ଏହି ଅବସରରେ ସମସ୍ତ ରେଞ୍ଜର ଓ ବନକର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.