ଆକର୍ଷଣ ପାଲଟିଛି 'କଟକ ଇନ୍ କଟକ' : ସକାଳୁ ରାତି ଯାଏଁ ଲାଗିଛି ଭିଡ଼, ଚାଲିଛି ଆଲବମ୍‌-ଫିଲ୍ମର ସୁଟିଂ

Published By : Prameya-News7 Bureau | December 01, 2022 IST

କଟକ ୦୧।୧୨ : ଵାଲିଯାତ୍ରାରେ ପ୍ରଥମ ଥର ପାଇଁ ହୋଇଥିବା 'କଟକ ଇନ କଟକ' ଏନକ୍ଲୋଜର ଏଵେ ସମସ୍ତଙ୍କର ପସନ୍ଦର ସ୍ଥାନ ପାଲଟିଛି। ଵୁଲା ଵୁଲି କରିବା ପାଇଁ, ଅଵସର ସମୟ କାଟିଵା ପାଇଁ କିମ୍ବା ଆଲଵମ୍ ଆଦି ସୁଟିଂ କରୁଥିବା ଵ୍ୟକ୍ତିମାନଙ୍କ ପସନ୍ଦର ଯାଗା ପାଲଟିଛି 'କଟକ ଇନ୍ କଟକ'।

ସୁନ୍ଦର ପ୍ରାକୃତିକ ପରିଵେଶ ସହ ସହରର ଜନ ଗହଳିପୁର୍ଣ୍ଣ ଵାତାଵରଣଠାରୁ ଦୁରରେ ଥିଵାରୁ ଅନେକ ଏହିସ୍ଥାନକୁ ପସନ୍ଦ କରୁଛନ୍ତି।ମ୍ୟୁଜିକ ଆଲଵମ୍ ଓ ସର୍ଟ ଫିଲ୍ମ ତିଆରି କରୁଥିବା ପ୍ରଯୋଜକ, ନିର୍ଦ୍ଦେଶକ ମାନେ ମଧ୍ୟ ଵେଶ୍ ପସନ୍ଦ କରୁଛନ୍ତି ଏହି ଯାଗାକୁ।ତେଵେ ଏଠି ଆହୁରି କିଛି ଭିତ୍ତିଭୂମି ତିଆରିର ଆଵଶ୍ୟକତା ରହିଛି ଵୋଲି ଅଧିକାଂଶଙ୍କର ମତ।

ସେପଟେ କଟକ ଇନ କଟକରେ ପର୍ଯ୍ୟଟନ ଭିତ୍ତିଭୂମି ତିଆରି କାମ ଆରମ୍ଭ କରିଛି ସିଏମସି। ପ୍ରଥମେ ଏହି ଏନକ୍ଲୋଜର ଚାରିପଟେ ସ୍ଥାୟୀ ଲୁହା ଵାଡ ତିଆରି କରାଯାଉଛି। ପର୍ଯ୍ୟାୟକ୍ରମେ ଏଠାରେ ସଵୁ ପ୍ରକାର ଭିତ୍ତିଭୂମି ତିଆରି କରାଯିଵ ଵୋଲି ସିଏମସି କମିଶନର କହିଛନ୍ତି ।  ଏଵେ କଟକ ଇନ କଟକ ଏନକ୍ଲୋଜର ରେ ସୁରକ୍ଷା ଵ୍ୟଵସ୍ଥା ନଥିଵାରୁ ସେଠାରେ ଅସାମାଜିକ ଓ ନିଶାଡି ମାନଙ୍କର ଆଡ୍ଡା ଜମୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.