ମାର୍ଚ୍ଚ ୩ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ନିର୍ଭୟା ଦୋଷୀ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୦୨ ମାର୍ଚ୍ଚ ୩ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ନିର୍ଭୟା ଦୋଷୀ । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ସାନି ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ଜାନୁଆରୀ ୨୨  ଏବଂ  ଫେବ୍ରୁଆରୀ  ୧ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଡେଥ୍ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ  ଆଇନଗତ ପ୍ରକ୍ରିୟା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।

{"id":225701,"sizeSlug":"large"}

ପୁଣି ଆସିଲା ନୂଆ ତାରିଖ । ନୂଆ ସମୟ । ନିର୍ଭୟା ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବାର ନୂଆ ତାରିଖ। ଏଥିପାଇଁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଜାରି କରିଛନ୍ତି ନୂଆ ୱାରେଣ୍ଟ । ମାର୍ଚ୍ଚ ୩ ତାରିଖ ସକାଳ ୬ ଟାରେ ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।  ପୂର୍ବରୁ ୨ଥର ଏମିତି ଡେଥ ୱାରେଣ୍ଟ ଜାରି ହୋଇଥିଲା।  ଜାନୁଆରୀ ୨୨ରେ ପ୍ରଥମେ ଫାଶୀ ପାଇଁ ୱାରେଣ୍ଟ ଜାରି ହୋଇଥିଲା । ହେଲେ ଜାନୁଆରୀ ୧୭ରେ କୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ । ଏହାପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିଲା ।କିନ୍ତୁ ଜାନୁଆରୀ ୩୧ରେ ଏହା ଉପରେ ରହିତାଦେଶ ଜାରି ହୋଇଥିଲା । ଆଉ ଆଜି ପୁଣିଥରେ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିବା ପରେ ନ୍ୟାୟ ପାଇବାକୁ ପୁଣି ଆଶା ବାନ୍ଧିଛନ୍ତି ଆଶାଦେବୀ, ନିର୍ଭୟାଙ୍କ ମା’।…

{"id":225702,"sizeSlug":"large"}

ତାରିଖ ପରେ ତାରିଖ ।କିନ୍ତୁ ଏବେବି ଫାଶୀ କାର୍ଯ୍ୟକାରୀ ହେବା ପାଇଁ ଆଇନଗତ  ବାଧା ରହିଛି । ଦୋଷୀ ପୱନ  ଗୁପ୍ତାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍ ଆବେଦନର ବିକଳ୍ପ ବାକି ଅଛି । ଏହାପରେ ସେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଯାଚିକା ଦାୟର କରିପାରିବ । ସେପଟେ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ତିହାର ଜେଲ୍ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଜହ୍ଲାଦ ବି ଏଥିପାଇଁ ପ୍ରସ୍ତୁତ । ସେପଟେ ଦୋଷୀଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ ଆମ ପାଖରେ ଏବେବି ଅନେକ ଆଇନଗତ  ବିକଳ୍ପ ରହିଛି । କିନ୍ତୁ ରାଜନୈତିକ, ସାଧାରଣ ଲୋକ ଏବଂ ମିଡିଆର ଚାପରେ ଫାଶୀ ପାଇଁ ଖାଲି ବାରମ୍ବାର ଡେଥ୍ ୱାରେଣ୍ଟ ଜାରି ହେଉଛି ।…

ତାରିଖ ପରେ ତାରିଖ ଗଡ଼ି ଚାଲିଛି ।ସେପଟେ ଏହି ମାମଲା ସହିତ ଯୋଡ଼ି ହେଲାଣି ଦେଶରେ ଫାଶୀ ବ୍ୟବସ୍ଥା ରହିବ ନାଁ ଉଠିବ। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ବିତର୍କ ଏଣ୍ଟ୍ରି କଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.