ମା’ ସମଲେଇ ପାଖରେ ଲାଗି ହେବ ନୂଆ ଧାନ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…
16/09/2023 at 9:08 AM

ସମ୍ବଲପୁର ୧୬।୦୯ : ଶନିବାର ପହଞ୍ଚିବ ସମଲେଇଙ୍କ ମନ୍ଦିରରେ ନୂଆ ଧାନ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ। ସେଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଖବର ଅନୁଯାୟୀ, ବଲବସପୁର ଗାଁର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ । ଗତ ବର୍ଷ ମଧ୍ୟ ଶ୍ରୀ ବେହେରା ମନ୍ଦିରକୁ ଧାନ ପ୍ରଦାନ କରିଥିଲେ। ମା’ଙ୍କ ମନ୍ଦିରକୁ ପ୍ରଦାନ କରାଯାଉଥିବା ଧାନ ଚାଷ ନିମନ୍ତେ ସ୍ଵତନ୍ତ୍ର ଭାବେ ଶ୍ରୀ ବେହେରା ଏହାର ଚାଷ କରିଥାନ୍ତି। ଯେପରି କୌଣସି ଚଢ଼େଇ ଉକ୍ତ ଧାନ ନଖାଇବେ ସେଥିପାଇଁ ସେ ସ୍ଵତନ୍ତ୍ର ବ୍ୟବସ୍ଥା କରିଥାନ୍ତି। ମନ୍ଦିରରେ ଧାନ ପହଞ୍ଚିବା ପରେ ମନ୍ଦିରରେ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ପରେ ଏହି ଧାନରୁ ପୂଜକମାନେ ନିଷ୍ଠାର ସହିତ ଚାଉଳ ସଂଗ୍ରହ କରିବା ସହିତ ସେଥିରୁ ନବାନ୍ନ ପ୍ରସ୍ତୁତ କରିବେ ।