ନୂଆଦିଲ୍ଲୀ: ଆଇପିସି ବଦଳରେ ଖୁବ ଶୀଘ୍ର ଦେଶରେ ଏକ ନୂଆ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଛି। ସମସ୍ତ ନୂଆ ଅପରାଧିକ ଆଇନ ଚଳିତ ବର୍ଷ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
ବଡ଼ କଥା ହେଉଛି ଇଣ୍ଡିଆନ୍ ପେନାଲ୍ (ଦ୍ୱିତୀୟ) କୋଡ୍ ବା ଭାରତୀ ନ୍ୟାୟ ସଂହିତା, ଇଣ୍ଡିଆନ୍ ସିଭିଲ୍ ଡିଫେନ୍ସ (ଦ୍ୱିତୀୟ) କୋଡ୍ ତଥା ଭାରତୀୟ ନାଗରିକ ସୁରକ୍ଷା ଏବଂ ଭାରତୀୟ ପ୍ରମାଣ (ଦ୍ୱିତୀୟ) ଆଇନ୍ ୧୮୬୦ର ଇଣ୍ଡିଆନ୍ ପେନାଲ କୋଡ୍ (ଆଇପିସି), ଅପରାଧିକ ପ୍ରକ୍ରିୟା (CrPC) 1973 ଏବଂ 1872 ଆକ୍ଟ (IEC) ର ଭାରତୀୟ ପ୍ରମାଣ ଅଧିନିୟମର ସ୍ଥାନ ନେବ।
ପ୍ରକାଶଥାଉକି ଏହି ତିନୋଟି ନୂଆ ନିୟମ ସଂସଦରେ ପାରିତ ହୋଇସାରିଛି। ଏହା ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗତ ବର୍ଷ ଡିସେମ୍ବରରେ ମୋହର ମାରିଥିଲେ।