ନୂଆଦିଲ୍ଲୀ ୦୧।୦୯ : ଆରମ୍ଭ ହୋଇଛି ସେପ୍ଚେମ୍ବର ମାସ । ନୂଆ ମାସ ଆରମ୍ଭ ହେବା ସହିତ କିଛି ନିୟମରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ଆସନ୍ତୁ ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣିବା । ଯାହା ସିଧା ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇ ପାରିବ । ସେପ୍ଚେମ୍ବର ୧ ତାରିଖରୁ କ୍ରେଡିଟ କାର୍ଡ ନିୟମରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ କଣ ସେହି ପରିବର୍ତ୍ତନ, ଆସନ୍ତୁ ଜାଣିବା…
ସେପ୍ଟେମ୍ବର ପହିଲାରୁ RuPay କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ପାଇଁ ପୁରସ୍କାର ବିତରଣରେ କିଛିଟା ପରିବର୍ତ୍ତନ କରାଯାଇଛି । ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ଅନୁସାରେ , ଏବେ ଠାରୁ RuPay କ୍ରେଡିଟ୍ କାର୍ଡକୁ ଅନ୍ୟ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା ପରି UPI କାରବାରରେ ରିଓ୍ୱାର୍ଡ ଦେବାକୁ ପଡିବ । NPCI ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଥିଲା । ଯେଉଁଥିରେ କ୍ରେଡିଟ୍ କାର୍ଡର ଅଧିକ ବ୍ୟବହାର ଉପରେ ପୁରସ୍କାର ଦିଆଯିବ ବୋଲି କୁହାଯ।ଇଥିଲା ।
ସେହିପରି ସେପ୍ଟେମ୍ବର ପହିଲାରୁ HDFC ବ୍ୟାଙ୍କ ମଧ୍ୟ ନୂତନ ରିଓ୍ୱାର୍ଡ ପଏଣ୍ଟ କ୍ୟାପ୍ ଲାଗୁ କରିଛି । ଏହା ଅଧୀନରେ, ବ୍ୟାଙ୍କ ୟୁଟିଲିଟି ଏବଂ ଟେଲିକମ୍ କାରବାରରୁ ପ୍ରାପ୍ତ ପୁରସ୍କାର ସଂଖ୍ୟା ଏକ ମାସରେ ୨ ହଜାର ପଏଣ୍ଟରେ ମଦ୍ୟରେ ସୀମିତ ରହିଛି। ଯଦି ଆପଣ CRED, CheQ ଏବଂ MobiKwik ପରି ଥାର୍ଡ ପାର୍ଟି ଆପ୍ ମାଧ୍ୟମରେ ସ୍କୁଲ୍ ଫିସ୍ ପ୍ରଦାନ କରୁଛନ୍ତି। ତେବେ ଆପଣଙ୍କୁ ସମାନ ରିଓ୍ୱାର୍ଡ ଦିଆଯିବନାହିଁ । ତଥାପି, ବିଦ୍ୟାଳୟଗୁଡ଼ିକ ସେମାନଙ୍କର ୱେବସାଇଟ୍ କିମ୍ବା ପଏଣ୍ଟ ଅଫ୍ ସେଲ୍ (POS) ଡିଭାଇସ୍ ଜରିଆରେ ଟଙ୍କା ଦେଇ ପ୍ରଦାନ ପୁରସ୍କାର ପଏଣ୍ଟ ପାଇପାରିବେ ।
ଅନ୍ୟପଟେ IDFC ଫାଷ୍ଟ ବ୍ୟାଙ୍କ ମଧ୍ୟ କ୍ରେଡିଟ କାର୍ଡ ସମ୍ବନ୍ଧରେ ନିୟମରେ ଦୁଇଟି ପରିବର୍ତ୍ତନ କରିଛି | ପ୍ରଥମଟି ହେଉଚି, ବ୍ୟାଙ୍କ ବିବରଣୀ ବାହାର କରିବା ପରେ ସମୟକୁ ୧୫ ଦିନକୁ ହ୍ରାସ କରିଦେଇଛି ।ଏହାପୂର୍ବରୁ ୧୮ ଦିନ ଥିଲା । ପୂର୍ବରୁ ବିବରଣୀ ବାହାର କରିବା ପରେ ଗ୍ରାହକମାନେ ଦେୟ ପାଇଁ ୧୮ ଦିନ ସମୟ ପାଇଥାନ୍ତି । କିନ୍ତୁ ଏବେ ଏହାକୁ ୧୫ରେ ରଖାଯାଇଛି ।