Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

କୋଭିଡ୍-୧୯ ଦ୍ରୁତ ସଂକ୍ରମଣ ପଛରେ ନୂଆ ଭାରିଆଣ୍ଟ, XBB.1.16 ପାଇଁ ବୁଢୁଛି କେସ୍

16/03/2023 at 10:40 AM

XBB.1.16

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତି ବଢ଼ିଚାଲିଛି କୋଭିଡ-୧୯ର ନୂଆ ଭାରିଆଣ୍ଟ । ଏହି ଦ୍ରୁତ ସଂକ୍ରମଣ ପଛରେ XBB.1 ଭାଇରସର ମ୍ୟୁଟେସନ XBB.1.16 ଭୂତାଣୁ ବୋଲି SARS-CoV2 ଭାରିଆଣ୍ଟ ସଂକ୍ରମଣ ଉପରେ ନଜର ରଖିଥିବା ଅନ୍ତରାଷ୍ଟ୍ରୀୟ ଏବଂ ଭାରତ ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଦ୍ରୁତ ସଂକ୍ରମଣ ହେଉଥିବା ଭାରିଆଣ୍ଟ ସିକ୍ୟୁଏନ୍ସ ଭାରତରେ ସର୍ବାଧିକ ରହିଛି । ଭାରତରେ ୪୮ ନମ୍ବରରେ ରହିଥିବା ବେଳେ ବୃନେଇରେ ୨୨, ଯୁକ୍ତରାଷ୍ଟ୍ର ଆମେରିକା ୧୫, ଏବଂ ସିଙ୍ଗାପୁରରେ ୧୪ ସ୍ଥାନ ନମ୍ବର ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, କୋଭିଡର ଏହି ନୂଆ ଭାରିଆଣ୍ଟ ଭାରତ ସମେତ ୪ଟି ଦେଶରେ ଦ୍ରୁତ ଗତି ସଂକ୍ରମିତ ଦେଉଛି । କୋଭିଡ୍ ଭୂତାଣୁ ଉପରେ ନଜର ରଖୁଥିବା ବିଶେଷଜ୍ଞ ଦଳ XBB.1.16 କିଛି କ୍ଷେତ୍ରରେ ବଢୁଥିବା କହିଛନ୍ତି ।

ଭାରତର ଜିନୋମ ସିକ୍ବିଏନ୍ସି  ନେଟଓ୍ବାର୍କର ବରିଷ୍ଠ ବିଶେଷଜ୍ଞଙ୍କ ମତ ଅନୁଯାୟୀ, SARS-CoV2 ଭାରିଆଣ୍ଟ ଯାଞ୍ଚରେ  XBB.1.16 ଭୂତାଣୁ ଭାରତ ମହାରାଷ୍ଟ୍ର ଏବଂ ଗୁଜରାଟରେ ଦ୍ରୁତ ସଂକ୍ରମଣ ହେଉଥିବା ଦେଖିବାକୁ  ପାଇଛନ୍ତି । ଏହି ଭାରିଆଣ୍ଟା XBB.1.5 ଅଂଶ ନୁହେଁ କିନ୍ତୁ ଏହା XBB ଏବଂ XBB.1ର ଅଂଶ ବୋଲି କୁହାଯାଉଛି । ବର୍ତ୍ତମାନ ସମୟରେ XBB ଭାରିଆଣ୍ଟ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ କୋଭିଡ୍ ସଂକ୍ରମଣ ମାମଲାର ନୂଆ XBB.1.16 ଭାରିଆଣ୍ଟର କାରଣ । ଯାହା କିଛି ନମୂନାରୁ ସ୍ପଷ୍ଟ ହୋଇଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ସିଙ୍ଗାପୁର, ଆମେରିକା ଏବଂ ବ୍ରୁନେଇରୁ ଆସୁଥିବା ଭାରତୀୟ ଯାତ୍ରୀଙ୍କ ନମୂନାରେ XBB.1.16 ଭୂତାଣୁ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଅନ୍ୟ ସମସ୍ତ SARS-CoV-2 ଭୂତାଣୁ ବଢ଼ାଇବା ଭଳି ସହଯୋଗ କରିପାରିବ ।

ମହାମାରୀ ସମୟରେ କୋଭିଡ୍ ଭାରିଆଣ୍ଟ ଉପରେ ନଜର ରଖୁଥିବା ସଂସ୍ଥା WHOର ଭ୍ୟାକ୍ସିନ ସେଫ୍ଟି ନେଟର ସଦସ୍ୟ ଡା. ବିପିନ ଏମ ବଶିଷ୍ଠ କହିଛନ୍ତି, ପୂର୍ବ XBB.1 ଅଂଶ ଓ XBB.1.5 ଅଂଶ ପୂରା ବିଶ୍ବରେ  ପ୍ରଭାବି ବିସ୍ତାର କରିଛି । କିନ୍ତୁ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । XBB.1.16 ଭାରିଣ୍ଟାନ ସଂକ୍ରମଣ ନଥିବା ସ୍ଥାନରେ ଦେଖିବାକୁ ମିଳିଛି, ଯାହା ଚିନ୍ତାର କାରଣ ପାଲଟିଛି ।

   Related Posts