ବାଲିପାଟଣାରେ ଖୋଲିବ ଜେ.ଏମ୍.ଏଫ.ସି-କମ୍-ମୁନ୍ସଫ୍ କୋର୍ଟ, କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲା ଦୌରା ଜଜ୍
16/08/2020 at 4:54 PM

ବାଲିପାଟଣା, ୧୬|୦୮: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ଖୋଲିବ ଜେ.ଏମ୍.ଏଫ.ସି-କମ୍-ମୁନ୍ସଫ୍ କୋର୍ଟ । ଏ ନେଇ ନିଷ୍ପତି ପରେ ବାଲିପାଟଣାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ଜିଲ୍ଲା ଦୌରା ଜଜ୍ ଲୋକନାଥ ମହାପାତ୍ର ।
ବିଶ୍ୱନାଥପୁରରେ ଥିବା ଏକ ସରକାରୀ ଜମି ଏଥିପାଇଁ ଚିହ୍ନଟ କରିଛନ୍ତି ଜିଲ୍ଲା ଦୌରା ଜଜ୍ ଲୋକନାଥ ମହାପାତ୍ର । ଚିହ୍ନଟ ସ୍ଥାନରେ ନିର୍ମାଣ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ବାଲିପାଟଣା ବ୍ଲକ ପରିସରରେ ଅସ୍ଥାୟୀ ଭାବେ କୋର୍ଟ ପରିଚାଳନା କରିବା ପାଇଁ ଶନିବାର ଦିନ ବ୍ଲକ ପରିସରରେ ଥିବା ବିଭିନ୍ନ ଗୃହକୁ ଦେଖିଛନ୍ତି ଜଜ୍ ଲୋକନାଥ ମହାପାତ୍ର । ବ୍ଲକ ପରିସରରେ ଥିବା ଗୃହରେ କୋର୍ଟ ପରିଚାଳନା ପାଇଁ ନିଷ୍ପତି ହୋଇଛି ।
ଆବଶ୍ୟକୀୟ ଥିବା କାର୍ଯ୍ୟ ଶେଷ ପରେ କୋର୍ଟ ଖୋଲିବା ପକ୍ରିୟା ଆରମ୍ଭ ହେବ । ବାଲିପାଟଣାର କୋର୍ଟ ଖୋଲିଲେ ଅନେକ ସ୍ଥାନୀୟ ବ୍ୟକ୍ତି ଉପକୃତ ହେବେ । କ୍ରିମିନାଲ ଏବଂ ସିଭିଲ୍ ସମ୍ବନ୍ଧିୟ କେସ୍ ର ବିଚାର ହେବ କୋର୍ଟ ରେ । ଅନୁରୂପ ଭାବେ ବାଲିଅନ୍ତାରେ ମଧ୍ୟ କୋର୍ଟ ହେବା ନେଇ ନିଷ୍ପତି ହୋଇଛି ।