ବାଲେଶ୍ୱର, ୦୫|୦୫ : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ସମୟ ପୂର୍ବରୁ ରାଉରକେଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ବାଲେଶ୍ୱରରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୫ରେ ପହଁଚିଛି । ଆଜି ଗୋଟିଏ ଦିନରେ ଏବେସୁଦ୍ଧା ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୫ ରେ ପହଞ୍ଚିଛି । ପୂର୍ବରୁ ଅପରାହ୍ନରେ ଆଉ ୩ଜଣ ଓ ସକାଳେ ଗଞ୍ଜାମର ଜଣେ ଓ ସନ୍ଧ୍ୟାରେ ରାଉରକେଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ବାଲେଶ୍ୱରରେ ନୂଆ କେସ୍ ସାମ୍ନାକୁ ଆସିଛି । ଅପରାହ୍ନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କଟକର ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ଏହାପରେ ରାଉରକେଲା ଓ ଏବେ ବାଲେଶ୍ୱରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଉରକେଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ବୟସ ୪୯ ହୋଇଥିବା ବେଳେ ସେ କୋଲକାତାରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ ।
ତେବେ କଟକରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସୁରଟ ଲିଙ୍କ୍ ରହିଛି । କିଛି ଦିନ ତଳେ ସୁରଟରୁ ଫେରିଥିଲେ । ସେହିପରି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୨ଜଣ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । କିଛି ଦିନ ତଳେ ୨ଜଣ ସଂକ୍ରମିତ ବାଲେଶ୍ୱରରୁ ଫେରିଥିଲେ । ସମସ୍ତଙ୍କ ସ୍ୱାବ ପରୀକ୍ଷଣରେ କରୋନା ପଜିଟିଭ୍ ଆସିଛି । ଚିହ୍ନଟ ହୋଇଥିବା ୩କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ଆଜି ସକାଳ ସମୟରେ ରାଜ୍ୟର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଥିଲା । ତେବେ ସକାଳ ସମୟରେ ଚିହ୍ନଟ ହୋଇଥିବା ସଂକ୍ରମିତଜଣଙ୍କ ସୁରଟ ଲିଙ୍କ ରହିଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୪ଟି ଆକ୍ଟିଭ୍ କେସ୍ ରହିଛନ୍ତି । ସେହିପରି ଜଣେ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ସୁସ୍ଥ ହୋଇସାରିଛନ୍ତି ।