ବାୟୁସେନାରେ ସାମିଲ ହେଲା 'ପ୍ରଚଣ୍ଡ', ଗୋଟିଏ ମିନିଟ୍‌ରେ କରିବ ୭୫୦ ଗୁଳି ବର୍ଷା

Published By : Prameya-News7 Bureau | October 03, 2022 IST

ନୂଆଦିଲ୍ଲୀ ୦୩।୧୦:  ଗୋଟିଏ ମିନିଟରେ ୭୫୦ ଗୁଳି ବର୍ଷା । ୨୨ବର୍ଷ ତଳେ ଭାରତ ଯେଉଁ ସ୍ବପ୍ନ ଦେଖିଥିଲା ତାହା ପୂରା ହୋଇଛି । ଭାରତୀୟ ବାୟୁସେନାରେ ସାମିଲ ହୋଇଛି ହାଲୁକା ଲଢୁଆ ବିମାନ । ଯାହାର ନାଁ ରଖା ଯାଇଛି ପ୍ରଚଣ୍ଡ ।

ଖବର ଅନୁଯାୟୀ,  ନବରାତ୍ରର ମହାଷ୍ଟମୀ  ତିଥିରେ ଏହି ଲାଇଟ୍ କମ୍ବାଟ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ କରିବା ସହ ଏହାର ନାଁ ଦେଇଛନ୍ତି ପ୍ରଚଣ୍ଡ । ବାୟୂସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ ହାଲୁକା ଆକ୍ରମଣକାରୀ ହେଲିକପ୍ଟର । ରାଜସ୍ଥାନ ଯୋଧପୁର ଏୟାରବେସରେ ଏହି ହେଲିକପ୍ଟରକୁ ମୁତୟନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ହେଲକପ୍ଟରକୁ ବାୟୂସେନାକୁ ସମର୍ପଣ କରିଛନ୍ତି । ଏହି ଯୁଦ୍ଧ ବିମାନ ଭାରତର ବିଜୟ ରଥ ବୋଲି କହିଛନ୍ତି  ରାଜନାଥ ।

ତେବେ ପ୍ରତିରକ୍ଷା ମନ୍ତ୍ରୀଙ୍କ  ସହ  ସିଡିଏସ୍ ଜେନେରାଲ ଅନିଲ ଚୌହାନ ଯୋଗ ଦେଇଥିଲେ । ଜେନେରାଲ ଚୌହାନ ସିଡିଏସର ପଦ ଗ୍ରହଣ କରିବା  ପରେ ଏହା  ତାଙ୍କର ପ୍ରଥମ ଗସ୍ତ । ଆଗକୁ ସେନାର ଯୋଜନା ଅଛି ଯେ, ଏବେ ୯୫ଟି ହାଲୁକା ହେଲିକପ୍ଟର କିଣିବ। ଏହାକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । କିଛି ହେଲିକପ୍ଟରକୁ ଧ୍ରୁବ ମାଧ୍ୟମରେ ବିକଶିତ କରାଯିବ । ଭାରତୀୟ ବାୟୁସେନାକୁ ୧୦ଟି ବିମାନ ମିଳିଛି । କିଛି ଦିନ ଭିତରେ ଆଉ ୭ଟି ବିମାନ ସାମିଲ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.