scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ନୂଆ ରଙ୍ଗରେ ନଜର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ପ୍ରଥମ ଝଲକ ଦେଲେ ରେଳ ମନ୍ତ୍ରୀ

8/07/2023 at 10:35 PM

Vande Bharat Express

ନୂଆଦିଲ୍ଲୀ, ୦୮/୦୭: ବନ୍ଦେ ଭାରତ ଏକ୍ସପ୍ରେସ ଏବେ ନୂଆ ରଙ୍ଗରେ ନଜର ଆସିବ। ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଶକୁ ଏହାର ପ୍ରଥମ ଝଲକ ଦେଖାଇଛନ୍ତି। ସେ ନିଜ ଟ୍ବିଟ୍‌ କରି ବନ୍ଦେ ଭାରତର ଅନେକ ଫଟୋ ଶେୟାର କରିଛନ୍ତି। ରେଳମନ୍ତ୍ରୀ ଚେନ୍ନାଇ ସ୍ଥିତ ଫ୍ୟାକ୍ଟ୍ରି ପହଞ୍ଚିଥିଲେ। ନୂଆ ରୂପରେ ବନ୍ଦେ ଭାରତ କମଳା, ଧଳା ଏବଂ କଳା ରଙ୍ଗର ଦେଖାଯିବ। ଏବେ ବନ୍ଦେ ଭାରତର ରଙ୍ଗ ନୀଳ ଏବଂ ଧଳା ରହିଛି।

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନ୍‌ରେ ୨୫ରୁ ଅଧିକ ପରିବର୍ତ୍ତନ କରାଯାଇସାରିଛି। ବିଭିନ୍ନ ୟୁନିଟ୍‌ ତରଫରୁ ମିଳିଥିବା ଇନ୍‌ପୁଟ୍‌ ସହ ରେଳ ମନ୍ତ୍ରାଳୟ ଏହିସବୁ ପରିବର୍ତ୍ତନ କରିଛି। ରେଳ ମନ୍ତ୍ରାଳୟ ଘୋଷଣା କରିଛି, ଏକ୍ସିକ୍ୟୁଟିଭ୍‌ କ୍ଲାସ୍‌ ସହ ଏସି ଚେୟାର କାର୍‌ର ଦାମ୍ ୨୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରାଯିବ। ବନ୍ଦେ ଭାରତରେ ମଧ୍ୟ କମିବ ଦାମ୍‌। ରିହାତି ଛାଡ଼ ବିଷୟରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଏହି ରିହାତି ନୂଆ ନୁହେଁ ଏବଂ ପୂର୍ବରୁ ମଧ୍ୟ ଲାଗୁ ହୋଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତ ଯେ, ଖୁବଶୀଘ୍ର ଏକ ଟ୍ରେନ ଲଞ୍ଚ ହେବ ଯାହା ସବୁ ଐତିହ୍ୟ ସ୍ଥଳ ଦେଇ ଯିବ। ଏହି ଟ୍ରେନ୍‌କୁ ‘ହେରିଟେଜ୍ ସ୍ପେଶାଲ’ ନାମ ଦିଆଯାଇଛି। ଭବିଷ୍ୟତରେ ଏଭଳି ଆହୁରି ଟେନ୍‌ ଯୋଡ଼ା ଯିବ। ଏହି ଟ୍ରେନ୍‌ର ବିଶେଷତ୍ବ ଏହା ହେବ ଯେ, ଏହାର ନିର୍ମାଣ ବାଷ୍ପ ଇଞ୍ଜିନ ସହାୟତାରେ କରାଯିବ। ଆଗାମୀ ସମୟ​‌ରେ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବା ପୂର୍ବରୁ ଟ୍ରେନର ଲମ୍ବା ଐତିହ୍ୟ ରୁଟ୍‌ରେ ନିରୀକ୍ଷଣ କରାଯିବ।

ଆହୁରି ପଢ଼ନ୍ତୁ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; କମିବ ଭଡ଼ା, ସମସ୍ତ ଏସି ଚେୟାର ଥିବା ଟ୍ରେନ୍‌ ଯାତ୍ରା ହେବ ଶସ୍ତା

   Related Posts