oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

New Year 2020: ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, 1 Januaryରୁ ବଦଳିଯିବ ଏହି ସବୁ ନିୟମ

30/12/2019 at 6:21 PM

ନୂଆଦିଲ୍ଲୀ :  ନୂଆବର୍ଷ ଆସିବାକୁ ଆଉମାତ୍ର କିଛି ଘଣ୍ଟା ବାକି । ଆପଣଙ୍କ ଟଙ୍କାକୁ ନେଇ ଅନେକ ପ୍ରକାର ନିୟମ ୧ ଜାନୁୟାରୀ ଅର୍ଥାତ ନୂଆ ବର୍ଷରୁ ବଦଳିଯିବ। ଯଦି ଏହି ପରିବର୍ତ୍ତନକୁ ଆଗରୁ ବୁଝି ଯିବେ ହୁଏତ ଏହା ଆପଣଙ୍କ ଲାଗି ଲାଭଜନକ ହୋଇପାରେ। ଆଧାର କାର୍ଡ, ପାନ କାର୍ଡ, ରାସନ କାର୍ଡ, ଏଟିଏମର ବ୍ୟବହାର, କାର୍ଡ ସ୍ୱେପ୍, ପେନସନ, ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଓ ଇନସ୍ୟୁରାନ୍ସ ସମେତ ଅନେକ ନିୟମରେ ଏହି ଦିନରୁ ନୂଆ ପରିବର୍ତ୍ତନ ଲାଗୁ ହେବ।

ନୂଆ ପରିବର୍ତ୍ତନର ଏ ହେଉଛି ପୁରା ଲିଷ୍ଟ
ସର୍ବପ୍ରଥମେ ଯଦି ଆପଣ ଆପଣଙ୍କ ଆଧାର ସହ ପାନ୍ ଲିଙ୍କ କରାଇ ନାହାନ୍ତି ତେବେ ନୂଆ ବର୍ଷରେ ନା ଆପଣ ନିଜର ଆୟକର ଦାଖଲ କରିପାରିବେ ନା କୌଣସି କ୍ଷେତ୍ରରେ ନୂଆ ନିବେଶ କରିପାରିବେ। ଏଥିଯୋଗୁ ଆପଣ ଲୋନ ନେବା ଦୂରର କଥା ବ୍ୟାଙ୍କ ଆକାଉଣ୍ଟ ବି ଖୋଲିପାରିବେନି। ୩୧ ଡିସେମ୍ବର ୨୦୧୯ ସୁଦ୍ଧା ଆପଣଙ୍କୁ ଆଧାର ଓ ପାନ୍ ସଂଯୋଗ କରିବାକୁ ପଡିବ। ନଚେତ ୧ ଜାନୁୟାରୀରୁ ଆପଣଙ୍କ ପାନ କାର୍ଡ ଅବୈଧ ହୋଇଯିବ।

କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ୧ ଜାନୁୟାରୀ ୨୦୨୦ରୁ କର୍ମଚାରୀ ପେନସନ ଯୋଜନା ପାଣ୍ଠିରୁ କମ୍ୟୁଟେସନ ସୁବିଧା ଉପଲବ୍ଧ କରିବେ। କେନ୍ଦ୍ର ଶ୍ରମ ମନ୍ତ୍ରାଳୟଙ୍କ ଏହି ପଦକ୍ଷେପ ଯୋଗୁ ଦେଶର ୬.୩ ଲକ୍ଷ ପେନସନଭୋଗୀଙ୍କୁ ଲାଭ ମିଳିବ। ରୋଷେଇ ଗ୍ୟାସ ସିଲିଣ୍ଡରର ନୂଆମୂଲ୍ୟ ୧ ଜନୁୟାରୀ ୨୦୨୦ରେ ନିର୍ଦ୍ଧାରିତ ହେବ। ତେବେ ଏଥିରେ ଘରୋଇ ରୋଷେଇ ଗ୍ୟାସ ଉପଭୋକ୍ତାଙ୍କୁ ଲାଭ ମିଳିବ ବୋଲି ଆଶା କରାଯାଉଛି।

ଏସବିଆଇ ଗ୍ରାହକଙ୍କ ଲାଗି ୩ ବଡ ଖବର
ଆରବିଆଇଙ୍କନିୟମ ମୁତାବକ ୧ ଜନୁୟାରୀ ୨୦୨୦ରୁ ଏନଇଏଫଟି ଟ୍ରାଞ୍ଜାକ୍ସନ ଲାଗି କୌଣସି ଦେୟ ଦେବାକୁ ପଡିବନି। ଏଥିଲାଗି ଗତ ଡିସେମ୍ବର ୧୬ ତାରିଖରୁ ୨୪ଘଣ୍ଟିଆ ନିଫ୍ଟ ଟ୍ରାଞ୍ଜାକ୍ସନ ଆରମ୍ଭ କରିସାରିଛନ୍ତି। ଏସବିଆଇ ୧ ଜାନୁୟାରୀରୁ ପୁରୁଣା ମ୍ୟାଗ୍ନେଟିକ୍ ଏଟିଏମ କାର୍ଡରେ ନେଣଦେଣ ବନ୍ଦ କରିବେ। ଏଥିଲାଗି ଗ୍ରାହକଙ୍କୁ ଏଏମଭି ଚିପ୍ ଓ ପିନ୍ ଆଧାରିତ କାର୍ଡ ସୁବିଧା ଉପଲବ୍ଧ କରାଇଛନ୍ତି। ଡିସେମ୍ବର ୩୧ ତାରିଖ ସୁଦ୍ଧା ପୁରୁଣା କାର୍ଡ ନିଶୁଳ୍କ ବଦଳାଇବାର ସୁବିଧା ଦେଇଛନ୍ତି। ସେହିପପରି ଏସବିଆଇ ଗ୍ରାହକଙ୍କୁ ଏଟିଏମ ଠକେଇରୁ ରକ୍ଷା କରିବା ଲାଗି ୧ ଜନୁାୟରୀ ୨୦୨୦ରୁ ଏଟିଏମ ଉଠାଣରେ ଓଟିପି ବ୍ୟବସ୍ଥା ପ୍ରଚଳନ କରିବେ।

ୟୁପିଆଇ ଟ୍ରାଞ୍ଜାକ୍ସନରେ ପଡିବନି ଏମଡିଆର
୧ ଜାନୁୟାରୀ ୨୦୨୦ରୁ ୫୦ କୋଟି ଟଙ୍କାରୁ ଅଧିକ ଟର୍ଣ୍ଣଓଭର ଥିବା କମ୍ପାନୀଙ୍କୁ ସେମାନଙ୍କ ଗ୍ରାହକଙ୍କ ଲାଗି ନିଶୁଲ୍କ ଡେବିଟ୍ କାର୍ଡ ଓ ୟୁପିଆଇ କ୍ୟୁଆର ଦ୍ୱାରା ପୈଠ କରିବାକୁ ପଡିବ। ଅର୍ଥାତ ରୁପୈ କାର୍ଡ ଓ ୟୁପିଆଇ ଟ୍ରାଞ୍ଜାକ୍ସନରେ ଏମଡିଆର ଶୁଲ୍କ ସରକାର ବହନ କରିବେ। ସହଜ ଜିଏସଟି ପଞ୍ଜିକରଣ ଲାଗି ଆଧାର କାର୍ଡ ଯୋଗେ ଜିଏସଟି ରେଜିଷ୍ଟ୍ରେସନ ବ୍ୟବସ୍ଥା ୧ ଜାନୁୟାରୀ ୨୦୨୦ରୁ ପ୍ରଚଳିତ ହେବ। ସେହିପରି ଆନୁଆଲ ରିଟର୍ଣ୍ଣ ଫାଇଲ ସମୟ ସୀମା ୨ ମାସ ବଢାଇ ୩୦ ଅଗଷ୍ଟ ୨୦୧୯ କରାଯାଇଥିଲା। ତେବେ ୧ ଜାନୁୟାରୀ ୨୦୨୦ରୁ ନୂଆ ଜିଏସଟି ଫାଇଲିଂ ସିଷ୍ଟମ ଲାଗୁ ହେବ।

ବଢିବ ଗାଡି ଦାମ
୧ ଜାନୁୟାରୀ ୨୦୨୦ ପରେ ନୂଆ ଯାନବାହନ ମହଙ୍ଗା ହେବ। ୧ ଏପ୍ରିଲ ୨୦୨୦ରୁ ଦେଶରେ ବିଏସ-୬ମାନକ ଯାନବାହନ ପ୍ରଚଳନ ଲାଗି ସରକାର ନୀତି ସ୍ଥିର କରିଛନ୍ତି। ଏଣୁ ଏହି ମାନକ ବାହନ ନିର୍ମାଣ ଲାଗି ଅଧିକ ବ୍ୟୟ ହେଉଥିବାରୁ କମ୍ପାନୀମାନେ  ବାହନ ଦର ବୃଦ୍ଧି କରିବେ। ଏଥିରେ ମାରୁତି ଓ ଟାଟା ମୋଟର୍ସ ଦରବୃଦ୍ଧି ଘୋଷଣା କରିସାରିଥିବା ବେଳେ ଅନ୍ୟକମ୍ପାନୀମାନେ ମଧ୍ୟ ଦରବୃଦ୍ଧି କରିପାରନ୍ତି।

ମହଙ୍ଗା ହେବ ଏସି ଓ ଫ୍ରିଜ୍
ନୂଆ ବର୍ଷରୁ ବାତାନୁକୂଳିତ ଯନ୍ତ୍ର (ଏସି) ଓ ଫ୍ରିଜ ମହଙ୍ଗା ହେବ। ଏଥିରେ ପ୍ରାୟ ୬ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି ହୋଇପାରେ। ଏହି ସବୁ ଯନ୍ତ୍ରରେ ନୂଆ ଏନର୍ଜୀ ଲେବଲିଂ ନର୍ମସ୍ ବ୍ୟବହାର ହେଉଥିବାରୁ ଏହି ସବୁଉପକରଣର ଦର ଅନେକଗୁଣା ବଢିଯିବ। ଏବେ ଏସି ଓ ଫ୍ରିଜରେ କୁଲିଂ ଲାଗି ଫୋମ ବଦଳେ ଭ୍ୟାକୁମ ପାନେଲ ବ୍ୟବହାର କରାଯିବ।

ବଦଳି ଯିବ ଜୀବନ ବୀମା ନିୟମ
ନୂଆ ବର୍ଷରେ ହେଉଥିବା ପରିବର୍ତ୍ତନରେ ବୀମା ନିୟମ ମଧ୍ୟ ବଦଳିବ। ଏଥିରେ ୧ ଫେବୃଆରୀରୁ ଜୀବନବୀମା ପ୍ରିମିୟମ ମହଙ୍ଗା ହେବାକୁଯାଉଥିବା ବେଳେ ଗ୍ୟାରେଣ୍ଟେଡ ରିଟର୍ଣ୍ଣ କମିପାରେ। ତେବେ ଏଥିଲାଗି ବିକଳ୍ପ ମଧ୍ୟ ମିଳିବ। ସେହିପରି ୨୦୧୮-୧୯ ଲାଗି ଯେଉଁମାନେ ଏପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ ନ କରିଛନ୍ତି ସେମାନେ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ରିଟର୍ଣ୍ଣ ଫାଇଲ କରିପାରିବେ। ତେବେ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ରିଟର୍ଣ୍ଣ ଫାଇଲ କଲେ ବିଳମ୍ବ ଜନିତ ଜରିମାନା ୫ ହଜାର ଟଙ୍କା ପଡିପାରେ। ଏହା ପରେ ରିଟର୍ଣ୍ଣ ଫାଇଲ କଲେ ଜରିମାନା ୧୦ ହଜାର ଟଙ୍କା ହେବ।  
    

   Related Posts