ରାଜନାଥ ନୂଆ ପ୍ରତିରକ୍ଷାମନ୍ତ୍ରୀ ହେବାପରେ ଏବେ ପୁଣି ହେବ କି ସର୍ଜିକାଲ ଷ୍ଟ୍ରାଇକ ! ଆହ୍ବାନ ଅନେକ, ଜାଣନ୍ତୁ କ'ଣ

Published By : Prameya-News7 Bureau | June 03, 2019 IST

ନୂଆଦିଲ୍ଲୀ୩|୫: ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜନାଥ ସିଂହ । ରକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ୩ସେନାର ମୁଖ୍ୟ ଯୋଗ ଦେଇଛନ୍ତି । ଦେଶର ସୁରକ୍ଷା ମୋଦିଙ୍କ ଆଜେଣ୍ଡାରେ ସବୁଠୁ ଉପରେ ଥିବା ବେଳେ ଏଦିଗରେ ରାଜନାଥ ଦୃଢ ପଦକ୍ଷେପ ନେଇପାରନ୍ତି ।  ଦେଶର ପ୍ରତିରକ୍ଷା ମନ୍ତ୍ରୀଭାବ ଦାୟିତ୍ବ ନେବାପରେ କଣ ରହିବ ରାଜନାଥଙ୍କ ପାଇଁ ଆହ୍ବାନ।

ଦେଶର ସୁରକ୍ଷା ଦାୟିତ୍ବ ଏବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଉପରେ ନ୍ୟସ୍ତ। ପୂର୍ବରୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରୀଭାବେ ଦାୟିତ୍ବ ସମ୍ଭାଳିଥିବା ରାଜନାଥଙ୍କ ଉପରେ, ପୁଣି ଭରସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୩୦ତାରିଖରେ ମୋଦି ମନ୍ତ୍ରିମଣ୍ଡଳରେ ଶପଥ ନେବା ପରେ, ରାଜନାଥଙ୍କୁ ଗୃହ ମନ୍ତ୍ରୀ ଭାବରେ ଦାୟିତ୍ବ ମିଳିଥିଲା । ଆଜି ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜନାଥ ସିଂହ । ରକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ମୋଦିଙ୍କ ଟିମର ସବୁଠୁ ଦୃଢମନ୍ତ୍ରୀ ବାବେ ପରଗଣିତ ରାଜନାଥ ସିଂ ପ୍ରତିରକ୍ଷାମନ୍ତ୍ରୀ ହେବାପରେ ତାଙ୍କଠାରୁ ଦେଶବାସୀ ବଡ ପଦକ୍ଷେପ ଆଶା କରିବା ସ୍ବଭାବିକ । ବିଶେଷକରି ପକିସ୍ତାନ ପରିପ୍ରେ୭ୀରେ ତାଙ୍କ ାଭିମୁକ୍ୟକୁ ସମସ୍ତେ ଅପେକ୍ଷା କରିଛନ୍ତି ।ପୁଲୱାମା ାକ୍ରମଣର କ୍ଷତ େବେ ବି ଦେଶବାସୀଙ୍କ ମନରୁ ଲିଭିନଥିବାରୁ ରାଜନାଥ ସେ ଦିଗରେ କୌମସି ଦୃଢ ପଦକ୍ଷେପ ନେଇପାରନ୍ତି ବୋଲି ଆଲୋଚନା ହେଉଛି । ପୁଣି େକ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ମଧ୍ୟ ଆଲୋଚନା ହେଉଥିବା କୁହାଯାଉଛି ।   ତେବେ  ଦେଶର ନିବ ନିଯୁକ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜାନାଥଙ୍କ ପାଇଁ କଣ ସବୁ ଚ୍ୟାଲେଞ୍ଜ ରହିଛି ତାଉପରେ ଗୋଟିଏ ନଜର ପକାଇବା ।…

ଆହ୍ବାନ ନଂ ୧- ପ୍ରତିରକ୍ଷାମନ୍ତ୍ରୀଭାବେ ରାଜନାଥଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେଉଛି ଭାରତୀୟ ସେନାର ଆଧୁନୀକିକରଣ। ଜଳ ସ୍ଥଳ ଓ ଆକାଶ ତିନିଟି ବିଭାଗ ସହ ସମନ୍ବୟ ରଖିବା, ଆଧୁନିକକରଣକୁ ତ୍ବରାନ୍ବିତ କରିବା ସହ, ଯବାନଙ୍କୁ ସବୁ ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ କରି ରଖିବା ରହିବ ପ୍ରଥମ ପ୍ରାଥମିକତା ।…

ଆହ୍ବାନ ନଂ ୨- ଭାରତ-ଚୀନ ସୀମାନ୍ତରେ ଶାନ୍ତି ଓ ସୌହାର୍ଦ୍ୟ ବାତାବରଣ ବଜାୟ ରଖିବା ରାଜନାଥଙ୍କ ପାଇଁ ବଡ ଆହ୍ବାନ। ଏଥିସହିତ ଡ୍ରାଗନ ସେନାର ଯେକୌଣସି ଅପ୍ରତ୍ୟାଶିତ ଆକ୍ରମଣକୁ ମୁହଁତୋଡ ଜବାବ ଦେବାପାଇଁ ସାମିରିକ ଭିତ୍ତିଭୂମିକୁ ପ୍ରସ୍ତୁତ କରିବା ଚ୍ୟାଲେଞ୍ଜ । ପୁଲୱାମା ଘଟଣା ପରେ ପାକ୍ ସୀମାରେ ଭାରତୀୟ ବାୟୁସେନାର ବୋମାମାଡ କରି ଆତଙ୍କୀ ସଂଗଠନକୁ ଧ୍ବଂସ କରିବାର ତିନି ମାସପରେ ରାଜନାଥ ଦ୍ବାୟିତ୍ବ ନେଉଛନ୍ତି। ତେଣୁ ସୀମାପାର ଆତଙ୍କୀ ଦମନ ନେଇ ମୋଦି ସରକାରଙ୍କ କଡା ଆଭିମୁଖ୍ୟକୁ ରାଜନାଥ ବଜାୟ ରଖିବେ ବୋଲି ଏକରକମ ଆଶା କରାଯାଉଛି ।

ଆହ୍ବାନ ନଂ ୩- ଜମ୍ମୁ କାଶ୍ମୀରରେ ପାକସ୍ତାନପଟୁ ଆତଙ୍କୀଙ୍କ ଅନୁପ୍ରବେଶ ରୋକିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ। ପରିବର୍ତ୍ତିତ ଆଞ୍ଚଳିକ  ଓ ଭୌଗଳିକ, ରାଜନୈତିକ ପରିସ୍ଥିତିକୁ ଆକଳନ କଲେ ସେନା, ନୌବାହିନୀ ଓ ବାୟୁସେନାକୁ ଯେକୌଣସି ଆକ୍ରମଣର କଡା ମୁକାବିଲା ପାଇଁ  ପ୍ରସ୍ତୁତ କରି ରଖିବା ବଡ ଚ୍ୟାଲେଞ୍ଜ। ବର୍ତ୍ତମାନର ହାଇଟେକ ଯୁଦ୍ଧରେ ସେନା  ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଦାବି କରୁଛନ୍ତି। ସେମାନଙ୍କର ଦାବିକୁ ରାଜନାଥ ପୂରଣ କରି ଯୁଦ୍ଧ ପାଇଁ କେତେମାତ୍ରାରେ ପ୍ରସ୍ତୁତ କରି ରଖିପାରିବେ ତାରି ଉପରେ ରହିବ ସମସ୍ତଙ୍କ ନଜର।…

ଆହ୍ବାନ ନଂ ୪- ସ୍ବଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଯୁଦ୍ଧାସ୍ତ୍ର ନିର୍ମାଣ କରିବାକୁ ମୋଦି ସରକାରଙ୍କ ନୀତି ରହି ଆସିଛି। ଏଦିଗରେ ରାଜନାଥ ସିଂହଙ୍କୁ ଅନେକ ଠୋସ୍ ନୀତି ଆପଣାଇବାକୁ ହେବ। ଷ୍ଟ୍ରାଟେଜିକ ପାର୍ଟନରସିପ ମଡେଲ ଆରପଣାଇବାକୁ ହେବ। ରାଜନାଥ କେତେଦୂର ଏଥିରେ ସଫଳ ହେବ ତାରି ଉପରେ ରହିବ ନଜର। ବର୍ତ୍ତମାନର ସରକାରଙ୍କ ନୀତି ଅନୁଯାୟୀ କିଛି ହାତଗଣତି ଭାରତୀୟ କମ୍ପାନୀ ବିଦେଶୀ କମ୍ପାନିର ସହଯୋଗରେ ସାମରିକ ଉପକରଣ,ବୁଡାଜାହାଜ ଓ ଫାଇଟର ଜେଟ୍ ନିର୍ମାଣ କରୁଛନ୍ତି ।…

ଆହ୍ବାନ ନଂ ୫- ଡିଆରଡିଓ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟରେ ରହିଥିବା କିଛି ରାଷ୍ଟ୍ରାୟତ୍ତ କମ୍ପାନୀର ଆଧୁନିକରଣ ରାଜନାଥଙ୍କ ପାଇଁ ମଧ୍ୟ ରହିବ ଗୁରୁତ୍ବପୂର୍ଣ୍ଣ। ସାମରିକ ଉପକରଣର ନେଇ ସେନାର ଚାହିଦା ପୂରଣ କରିବାରେ ଡିଆରଡିଓ କେତେମାତ୍ରାରେ ସଫଳ ହେଉଛି ତାରି ଉପରେ ରହିବ ନଜର ।…

ଆହ୍ବାନ ନଂ ୬- ସେନାର ଆଧୁନିକରଣରେ ବିଦେଶରୁ ସାମରିକ ଉପକରଣର ଅଧିଗ୍ରହଣରେ ପ୍ରଶାସନିକ ବ୍ୟବସ୍ଥା ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଏଥିପାଇଁ ଅନେକ ବୁଝାମଣାରେ ଅଯଥା ବିଳମ୍ବ ହେଉଛି। ଏହି ବ୍ୟବସ୍ଥାର ସରଳୀକରଣ ରାଜନାଥଙ୍କ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ ।…

ଆହ୍ବାନ ନଂ ୭- ପାଖାପାଖି ୧୨ ଲକ୍ଷ ଯବାନଙ୍କୁ ନେଇ ବେଶ୍ ଶକ୍ତିଶାଳୀ ଭାରତୀୟ ସେନାରେ ରାଜନାଥ କଣ ସଂସ୍କାର ଆଣୁଛନ୍ତି ତାରି ଉପରେ ରହିବ ନଜର। ବିଶେଷ କରି ସେନାର ସଂଖ୍ୟାରେ ହ୍ରାସ କରିବାନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। ଏହି ନୀତିକୁ ରାଜନାଥ କାର୍ଯ୍ୟକାରି କରିବେ କି ଏହା ରହିବ ବଡ ଚ୍ୟାଲେଞ୍ଜ ।…

ଆହ୍ବାନ ନଂ ୭-  ରାଫେଲ ଯୁଦ୍ଧ ବିମାନ ଡିଲକୁ ନେଇ ବିରୋଧୀ ତମ୍ବିତୋଫାନ କରିଛନ୍ତି । ଏଦିଗରେ ରାଜନାଥ ବିରୋଧୀଙ୍କୁ ମୁକାବିଲା କରିବାପାଇଁ କଣ ନୀତି ଆପଣାଇବେ ତାରି ରହିବ ରହିବ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.