ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦାୟିତ୍ୱଗ୍ରହଣ କଲେ ଦେଶର ନୂଆ CDS ଅନିଲ ଚୌହାନ, ଜାଣନ୍ତୁ କହିଲେ କ’ଣ?

30/09/2022 at 2:50 PM

ନୂଆଦିଲ୍ଲୀ ୩୦।୯: ଜେନରାଲ ଅନିଲ ଚୌହାନ ଶୁକ୍ରବାର ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ୍) ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ସଶସ୍ତ୍ର ସେନାର ୩ ବାହିନୀ ମଧ୍ୟରେ ସମନ୍ୱୟ ସାଙ୍ଗକୁ ପ୍ରସ୍ତାବିତ ଥିଏଟର କମାଣ୍ଡ ନିର୍ମାଣ ତାଙ୍କର ଏବେ ମୁଖ୍ୟ ଦାୟିତ୍ୱ। ଜେନେରାଲ ଚୌହାନ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଅବସ୍ଥାପିତ ଥିଲେ। ଏଣୁ ସିଡିଏସ୍ ଭାବେ ସେ ଦକ୍ଷତାର ସହ ଦାୟିତ୍ୱ ତୁଲାଇବେ ବୋଲି ଆଶା କରାଯାଉଛି।

ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପରଲୋକର ପ୍ରାୟ ୯ ମାସରୁ ଅଧିକ କାଳ ପରେ ଜେନେରାଲ ଚୌହାନଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି। ଏହି ଅବସରରେ ସେ ସେନାର ୩ ବାହିନୀଙ୍କ ଆଶାଓ ଆକାଙକ୍ଷା ପୁରା କରିବାରେ ସଫଳ ହେବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଚୀନ୍ ମାମଲାର ବିଶେଷଜ୍ଞ ଜେନେରାଲ ଚୌହାନ ପ୍ରତିରକ୍ଷାମନ୍ତ୍ରାଳୟଙ୍କ ସୈନ୍ୟ ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ।

ଗତବର୍ଷ ମେ ୩୧ ତାରିଖରେ ଜେନେରାଲ ଚୌହାନ ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟପଦବୀରୁ ଅବସର ଗ୍ରହଣ କରିଥିଲେ। ଏହା ପରଠାରୁ ସେ ରାଷ୍ଚ୍ରୀୟ  ସୁରକ୍ଷା ପରିଷଦ ସଚିବାଳୟରେ ଏନଏସଏ ଅଜିତ ଡୋଭଲଙ୍କ ନେତୃତ୍ୱରେ ସୈନ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ସେ ସିଡିଏସ୍ ଭାବେ ଯୋଗଦେବା ପୂର୍ବରୁ ଇଣ୍ଡିଆଗେଟ୍ ସ୍ଥିତ ରାଷ୍ଟ୍ରୀୟ ସମର ସ୍ମାରକରେ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କୁ ରାୟସିନା ହିଲସ୍‌ ଲନରେ ତିନିବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।   

   Related Posts