oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବଜାରକୁ ଆସୁଛି ଦମଦାର୍ କାର : ଅଗଷ୍ଟରେ ହେବ ଲଞ୍ଚ୍, ଫିଚର୍ସ ବି ନିଆରା

1/08/2021 at 2:36 PM

ନୂଆଦିଲ୍ଲୀ, ୦୧/୦୮:  ଯେଉଁମାନେ ନୂଆ କାର୍ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁସି ଖବର । ଅଗଷ୍ଟ ମାସରେ ଦେଶରେ ନୂଆ ନୂଆ କାର୍ ଲଞ୍ଚ୍ ହେବାକୁ ଯାଉଛି । ଯାହା ଗ୍ରାହକଙ୍କୁ ପସନ୍ଦ ଆସିବ । ଆସନ୍ତୁ ନଜର ପକାଇବା ଏହି ସବୁ କାର୍ ଉପରେ ।

ଟାଟା ଟିଆଗୋ ଏନଆରଜି

ଏହି କାର ଟାଟା ଟିଆଗୋର ସ୍ପୋର୍ଟ୍ସ ଭର୍ସନ ହେବ । ଏହାକୁ ଅଗଷ୍ଟ ୪ ତାରିଖରେ ଲଞ୍ଚ୍ କରାଯିବ । ଏହାର ଷ୍ଟାଇଲ୍ ଦମଦାର ଅଟେ । ଏଥିରେ ବଡି କ୍ଲେଡିଂ, ଫକ୍ସ ସ୍କିଡ୍ ପ୍ଲେଟ୍, ରୁଫ୍ ରେଲସ୍ ଓ ବୁଟ୍ ଲିଡ୍ ଭଳି ଫିଚର ରହିଛି । ତେବେ ଏଥିରେ କୌଣସି ମେକାନିକାଲ ପରିବର୍ତ୍ତନ ହୋଇନାହିଁ । ଏହାସହ ଆପଣଙ୍କୁ ୧.୨ ଲିଟରର ପେଟ୍ରୋଲ ଇଞ୍ଜିନ୍ ମିଳିବ ।

ହୋଣ୍ଡା ଆମାଜ୍ ଫେସଲିଫ୍ଟ

ହୋଣ୍ଡା ଆମାଜର ଫେସଲିଫ୍ଟ୍ ଅଗଷ୍ଟ ୧୫ ବେଳକୁ ଭାରତୀୟ ବଜାରର ଲଞ୍ଚ୍ ହେବ । ତେବେ ଫେସଲିଫ୍ଟ ମଡଲରେ ବଡ ଧରଣର କୌଣସି ପରିବର୍ତ୍ତନ କରାଯାଇ ନାହିଁ । ତେବେ ନୂଆ ଡିଜାଇନର ବମ୍ପର, ଫଗ୍ ଲ୍ୟାପ୍ ଓ ନୂଆ ଆଲୟ ହ୍ୱିଲ୍ ଦେଖିବାକୁ ମିଳିବ । ଏହି ସେଦାନରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍ ଓ ୧.୫ ଲିଟର୍ ଡିଜେଲ ଇଞ୍ଜିନ୍ ଅପସନ୍ ମିଳିବ । ପେଟ୍ରୋଲ ଇଞ୍ଜିନରେ ୧୧୦ ଏନଏମ ସହ ୮୯ ବିଏଚପି ପାଓ୍ୱାର ଓ ଡିଜେଲ ଇଞ୍ଜିନରେ ୨୦୦ ଏନଏମ ସହ ୯୯ ବିଏଚପିର ପାଓ୍ୱାର ମିଳିବ ।

ଫୋର୍ସ ଗୁର୍ଖା

ବିଏସ-୬ ଇଞ୍ଜିନ ବିଶିଷ୍ଟ ଫୋର୍ସ ଗୁର୍ଖା ବହୁତ ଶୀଘ୍ର ଭାରତୀୟ ବଜାରରେ ଲଞ୍ଚ୍ ହେବ । ଏହା ଗତବର୍ଷ ଲଞ୍ଚ୍ ହେବାର ଥିଲା । କିନ୍ତୁ ଏପରି ହୋଇନଥିଲା । କମ୍ପାନୀ ଏହି ଏସୟୁଭିର ଝଲକ ଜୁନ ମାସରେ ଦେଖାଇଥିଲା । ଏହାର ଦାମ୍ ଅଗଷ୍ଟରେ ହିଁ ଘୋଷଣା କରାଯିବ ବୋଲି ଜଣାପଡିଛି । ଏହି କାରରେ ସ୍ଲେଟ୍ ରେଡିଏଟର୍ ଗ୍ରିଲ୍, ରିଡିଜାଇନ୍ କରାଯାଇଥିବା ବମ୍ପର, ସାଇଡ୍ କ୍ଲୋଡିଂ, ଏଳଇଡି ଡିଆରଏଲ ରହିଛି । ଏହାସହ ଏସୟୁଭିରେ ଟଚସ୍କ୍ରିନ୍ , ନୂଆ ଇନଷ୍ଟ୍ରୁମେଣ୍ଟ୍ ପ୍ୟାନେଲ, ଏଶି, ଫ୍ରଣ୍ଟ୍ ପାଓ୍ୱାର ଓ୍ୱିଣ୍ଡୋ, ଡୁଆଲ ଏୟାର ବ୍ୟାଗ୍ ମଧ୍ୟ କମ୍ପାନୀ ଦେଇଛି ।

ମହିନ୍ଦ୍ରା ଏକ୍ସୟୁଭି ୭୦୦

ମହିନ୍ଦ୍ରା ଏକ୍ସୟୁଭି ୭୦୦କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ଅଗଷ୍ଟ ୧୫ରେ ଥର୍ ଭଳି କମ୍ପାନୀ ଏହାକୁ ଲଞ୍ଚ୍ କରିପାରେ । ତେବେ ଏହାର ଦାମ କେତେ ରହିବ ସେନେଇ ଅକ୍ଟୋବର ୨ ତାରିଖରେ କମ୍ପାନୀ ଘୋଷଣା କରିବ । ଏକ୍ସୟୁଭି ୭୦୦ ଏକ ନୂଆ ପ୍ଲାଟଫର୍ମରେ ଆଧାରିତ ହେବ । ଏହି କାରରେ ଆଡଭାନ୍ସ ଡ୍ରାଇଭର ଆସିଷ୍ଟାଣ୍ଚ୍ ସିଷ୍ଟମ ସହ ଅନେକ ଫିଚର୍ସ ମଧ୍ୟ ପ୍ରଦାନ କରାଯାଇଛି। ଏଥିରେ ୨.୦ ପେଟ୍ରୋଲ ଇଞ୍ଜିନ ଓ ୨.୨ ଲିଟରର ଡିଜେଲ ଇଞ୍ଜିନ୍ ରହିଛି । ସେହିପରି ମାନୁଆଲ ଗିଅରବକ୍ସ, ଅଟୋମେଟିକ୍ ଟ୍ରାନ୍ସମିଶନ ସହ ଅନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ ରହିବ ।

   Related Posts