Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତା କଡରେ ପଡିଛି ନବଜାତକର ମୃତଦେହ, କନ୍ୟା ସନ୍ତାନ ଜନ୍ମ ହେବା ପରେ ଫିଙ୍ଗି ଦେଇଥିବା ସନ୍ଦେହ

26/08/2021 at 12:40 PM

ଭଦ୍ରକ ୨୬।୮: ରାସ୍ତା କଡ଼ରେ ପଡିଛି ନବଜାତ ଶିଶୁର ମୃତଦେହ । ତେବେ ଶିଶୁଟି କନ୍ୟା ସନ୍ତାନ ହୋଇଥିବା ସନ୍ଦେହ କରାଯାଉଛି । ଭଦ୍ରକ ଚାନ୍ଦବାଲି ରାସ୍ତାର ବାଲିବିଲି ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଚାନ୍ଦବାଲି ରାସ୍ତାର ବାଲିବିଲି ଛକ ନିକଟରେ ନବଜାତକର ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ପରେ ଏ ନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେହି ଶିଶୁଟିକୁ ଜନ୍ମ ଦେବା ପରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

   Related Posts