ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

Published By : Prameya-News7 Bureau | March 12, 2021 IST

ଜଗତସିଂହପୁର ୧୨।୩: ଜଗତସିଂହପୁର ଜିଲ୍ଲା ରେଢୁଆ ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି । ଶିଶୁଟିର କୌଣସି ପରିଚୟ ମିଳିପାରିନାହିଁ । ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ ଝରକା କଡ଼ରେ ଶିଶୁଟି ପଡିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ନଜରକୁ ଆସିଥିଲା । ପରେ ସଂପୃକ୍ତ କର୍ମଚାରୀ ଜଣଙ୍କ ଡାକ୍ତରଙ୍କୁ ଜଣାଇବା ପରେ ଶିଶୁଟିକୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି ।

ଶିଶୁଟି ଏବେ ସୁସ୍ଥ ଥିବାବେଳେ ତାକୁ ଜଗତସିଂହପୁର ସ୍ଥିତ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । କିଏ ଓ କିପରି ପରିସ୍ଥିତିରେ ନବଜାତ ଶିଶୁପୁତ୍ରଟିକୁ ଏପରି ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଛି ତାହା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.