scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଲୋଡା ହେଲା ଶିଶୁ କନ୍ୟା : ଖତଗଦାରୁ ଜୀବନ୍ତ ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର

22/07/2023 at 1:00 PM

ମାଲକାନଗିରି ୭: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏକ ଖତଗଦାରୁ ନବଜାତ ଶିଶୁ କନ୍ୟାକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କଲେ ସାହି ଲୋକେ । ବସ୍ତା ମଧ୍ୟରେ ନବଜାତ ଶିଶୁ କନ୍ୟାକୁ ପ୍ୟାକ୍ କରି ଖତ ଗଦା ଭିତରେ କେହି ଫିଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛି ଶିଶୁ କନ୍ୟା ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏକ ଖତ ଗଦାରୁ ଗୋଟିଏ ଛୋଟ ଛୁଆ କାନ୍ଦିବା ଶବ୍ଦ ଶୁଭିଥିଲା । ଭୋର ପ୍ରାୟ ୪ଟା ସମୟରେ କୌଣସି ବ୍ୟକ୍ତି ଶିଶୁକନ୍ୟାକୁ ଜରି ବସ୍ତା ମଧ୍ୟରେ ଭର୍ତ୍ତି କରି ଛାଡି ଚାଲିଯାଇଥିବା ବେଳେ ସ୍ଥାନୀୟ ଲୋକେ ଶିଶୁ କନ୍ୟାଟିର କାନ୍ଦ ଶୁଣି ଲାଇଟ ଧରି ଅଳିଆ ଗଦା ପାଖକୁ ଯାଇଥିଲେ । ଜରି ବସ୍ତାକୁ ଭଲ ଭାବେ ଦେଖିବା ପରେ ସେଥିରୁ ନବଜାତ ଶିଶୁ କନ୍ୟା ରହିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ଏହି ଶିଶୁ କନ୍ୟାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁ କନ୍ୟାଟିକୁ ଉଦ୍ଧାର କରି ଜିଲ୍ଲା ସଦର ଚିକିତ୍ସାଳୟକୁ ନେଇଛନ୍ତି । ଚିକିତ୍ସା ପରେ ନବଜାତ କନ୍ୟାକୁ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯିବା ବୋଲି ମେଡିକାଲ ତରଫରୁ ସୂଚନା ମିଳିଛି ।

You Can Read :

   Related Posts