ଭଣ୍ଡାରିପୋଖରୀ ୫|୭: ରାସ୍ତାକଡରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଆନନ୍ଦବଜାର ସ୍ଥିତ ଲକ୍ଷ୍ମୀ ମନ୍ଦିର ନିକଟ ରାସ୍ତାକଡରୁ ମିଳିଛି ଶିଶୁ ପୁତ୍ରର ମୃତଦେହ । ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଯାଉଥିବାବେଳେ ରାସ୍ତା କଡରେ ପଡିଥିବା ଶିଶୁ ପୁତ୍ରଟିର ମୃତଦେହକୁ ଦେଖିଥିଲେ । ଏହାପରେ ଚାରିଆଡେ ଘଟଣାଟି ବ୍ୟାପିଯାଇଥିଲା । ଫଳରେ ଘଟଣାସ୍ଥଳରେ ଶହ ଶହ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ । ନବଜାତକ ଶିଶୁ ପୁତ୍ରଟିକୁ କିଏ ରାସ୍ତା କଡରେ ଫିଙ୍ଗିଲା ତାକୁ ନେଇ ପୋଲିସ ଛାନଭିନ ଚଳାଇଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...