ବ୍ୟାଗ୍‌ ଭିତରୁ ଉଦ୍ଧାର ହେଲା ୩-୪ ଦିନର ଶିଶୁକନ୍ୟା, ତିନୋଟି ଗୋଡ଼ ଥିବାରୁ କେହି ଫିଙ୍ଗିଦେଇଥିବା ସନ୍ଦେହ

Published By : Prameya-News7 Bureau | August 10, 2022 IST

ଯାଜପୁର, ୧୦/୦୮: ଯାଜପୁର ୧୬ ନଂ ଜାତୀୟ ରାଜପଥ ବଡଚଣା ଖଇରା କଢେଇ ଛକ ନିକଟ ରାସ୍ତାକଡରେ ପଡ଼ିଥିବା ଏକ ବ୍ୟାଗ ଭିତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ସ୍ୱଛା ସେବୀ ଏହି ବ୍ୟାଗ୍‌ରୁ ଉଦ୍ଧାର କରିଥିବା ବେଳେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଶିଶୁ କନ୍ୟାଟି ତିନିରୁ ଚାରଦିନର ହୋଇଥିବା ସୂଚନା ମିଳିଛି । ଶିଶୁଟିର ତିନୋଟି ଗୋଡ଼ ହୋଇଥିବା ଯୋଗୁ ତାଙ୍କୁ କିଏ ରାସ୍ତା କଡରେ ଫୋଫାଡ଼ି ଦେଇଥିବା ସୁଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.