ନଦୀବନ୍ଧରୁ ନବଜାତ ଶିଶୁପୁତ୍ର ଉଦ୍ଧାର

Published By : Prameya-News7 Bureau | October 03, 2020 IST

ଯାଜପୁର ୦୩।୧୦: ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର । ଯାଜପୁର ଟାଉନ ଥାନା ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ଶିଶୁ ପୁତ୍ରଟି ଉଦ୍ଧାର ହୋଇଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ କିଛି ଲୋକେ ଶୌଚ ହେବାକୁ ଯାଉଥିବା ବେଳେ ନଦୀ ବନ୍ଧ କଡରେ ଏକ ବ୍ୟାଗରେ ଶିଶୁଟି ଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ । ତେବେ ଶିଶୁ ପୁତ୍ର ଟିକୁ କିଏ କାହିଁକି ଏଠାରେ ପକେଇ ଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.