ଶ୍ରମିକ ଏକ୍ସପ୍ରେସରେ କୁଆଁ କୁଆଁ ଶବ୍ଦ, ଘରକୁ ଫେରିବା ବେଳେ ଶିଶୁ ପୁତ୍ରକୁ ଜନ୍ମଦେଲେ ପ୍ରବାସୀ ଶ୍ରମିକ

Published By : Prameya-News7 Bureau | June 05, 2020 IST

ବଲାଙ୍ଗୀର, ୦୫|୦୬:   ଶୁକ୍ରବାର ସକାଳେ ତେଲେଙ୍ଗାନାରୁ ଓଡିଶା ଆସୁଥିବା  ଶ୍ରମିକ ଏକ୍ସପ୍ରେସରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁ ପୁତ୍ର ସୁସ୍ଥ ଥିବା ସୂଚନା ମିଳିଛି ।

ସୂଚନାନୁସାରେ, ତେଲେଙ୍ଗାନାର ଲିଙ୍ଗମପଲ୍ଲୀରୁ ଶ୍ରମିକଙ୍କ ପାଇଁ ଚଳାଚଳ କରୁଥିବା ଏକ ସ୍ୱତନ୍ତ୍ର ଟ୍ରେନ ବଲାଙ୍ଗୀର ଆସୁଥିଲା । ଏହି ଟ୍ରେନଟି ଟିଟିଲାଗଡ ପହଁଚିବା ସମୟରେ ଜଣେ ମହିଳା ଶୁକ୍ରବାର ସକାଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସୂଚନା ପାଇ ରେଳବାଇ ଡାକ୍ତର ଓ ଆଟେଣ୍ଡାଣ୍ଟ ମହିଳାଙ୍କ ସ୍ୱାସ୍ଥ୍ଯ ପରୀକ୍ଷା କରିଥିଲେ ।

ଏଡିଏମଓ ଉଭୟ ମାଆ ଓ ଶିଶୁ ପୁତ୍ରଙ୍କୁ ଚିକିତ୍ସାଳୟ ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଉଭୟଙ୍କ ଜନନୀ ଏକ୍ସପ୍ରେସରେ ସରକାରୀ ମେଡିକାଲ ପଠାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.