Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ନବଜାତ ଶିଶୁକୁ କରୋନା: ଜନ୍ମ ହେବାର ୧୫ଘଣ୍ଟା ପରେ ରିପୋର୍ଟ ପଜିଟିଭ୍, କିନ୍ତୁ ମା’ ରିପୋର୍ଟ ନେଗେଟିଭ୍

7/10/2021 at 6:21 PM

ପାଲଘର ୭/୧୦: କରୋନା ଏବେ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ଏକ ଚମକାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ପିଲାଟି କିଛି ସମୟ ପୂର୍ବରୁ ଜନ୍ମ ନେଇ ଆଖି ଖୋଲିଥିଲା। କିନ୍ତୁ ଜନ୍ମ ନେବାର ମାତ୍ର ୧୫ଘଣ୍ଟା ମଧ୍ୟରେ ସେ କରୋନା କବଳିତ ହୋଇଛି।

ବର୍ତ୍ତମାନ ଗର୍ଭବତୀ ମହିଳାମାନେ କୋଭିଡ ସଂକ୍ରମିତ ହେବା ଯୋଗୁ ସେମାନଙ୍କ ଠାରୁ ଜନ୍ମନେଉଥିବା ଶିଶୁମାନେ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି। ଏବେ ଏଭଳି ଘଟଣା ଭାରତ ସହିତ ସାରା ବିଶ୍ୱରେ ଦେଖିବାକୁ ମିଳୁଛି। କିନ୍ତୁ ମହାରାଷ୍ଟ୍ରରେ ଏଭଳି ଏକ ଘଟଣା ଯାହା ଆପଣଙ୍କୁ ଚିନ୍ତିତ କରିଦେବ। ସେଠାରେ ୧୫ଘଣ୍ଟା ପୂର୍ବରୁ ଜନ୍ମ ନେଇଥିବା ଏକ ଶିଶୁର କରୋନା ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ସମ୍ପୃକ୍ତ ଶିଶୁର ମାଙ୍କର କରୋନା ରିପୋର୍ଟ ଡାକ୍ତରମାନେ ଦେଖି ଚକିତ ହୋଇଯାଇଛନ୍ତି। କାରଣ ତାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ଆସିଛି। ବର୍ତ୍ତମାନ ଚିକିତ୍ସକମାନେ ଚିନ୍ତା କରୁଛନ୍ତି ମା କରୋନା ସଂକ୍ରମିତ ନ ହୋଇ ମଧ୍ୟ ଶିଶୁଟି କିପରି ସଂକ୍ରମିତ ହେଲା?

ଏହା ମହାରାଷ୍ଟ୍ରର ପାଲଘରରେ ଏକ ସ୍ଥାନୀୟ ଚିକିତ୍ସାଳୟରେ ଘଟିଛି। ଶିଶୁଟି ଜନ୍ମ ନେବାପରେ ତା ପାଖରେ କରୋନା ଲକ୍ଷଣ ଦେଖାଯାଇଥିଲା। ତାର ଆଣ୍ଟିଜେନ ପରୀକ୍ଷା କରିବାପରେ ସେ ସଂକ୍ରମିତ ବୋଲି ଜଣାପଡ଼ିଥିଲା। ବର୍ତ୍ତମାନ ଶିଶୁଟି ଚିକିତ୍ସାଧୀନ ରହିଛି। ଚିକିତ୍ସାରତ ଡାକ୍ତର କହିଛନ୍ତି ଯେ ଆମେ ଆଶା କରୁଛୁ ପିଲାଟି ଜଲଦି ସୁସ୍ଥ ହୋଇଯିବ।

   Related Posts