ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କରୋନା କବଳରେ ନବଜାତକ, ସାମ୍ନାକୁ ଆସିଲା ବିଶ୍ୱର ସବୁଠାରୁ କମ ବୟସର ସଂକ୍ରମିତ

14/03/2020 at 3:35 PM

ଲଣ୍ଡନ, ୧୪|୦୩:    ବିଶ୍ୱରେ ପ୍ରଥମ ଥର ପାଇଁ ଏକ ନବଜାତକ ଶିଶୁ ଶରୀରରେ କରୋନା ଭାଇରସ ମିଳିଛି। ଏହା ସବୁଠାରୁ କମ ବୟସର ମାମଲା ଅଟେ। ଇଂଲଣ୍ଡର ଏହି ନବଜାତକ କରୋନାରେ ସଂକ୍ରମିତ ହୋଇଛି। ତେବେ ଏହାର ମାଆଙ୍କୁ ଶିଶୁଟି ନିମୋନିଆରେ ଆକ୍ରାନ୍ତ ହୋଇଥିବା ଲାଗିଥିଲା। ଶିଶୁଟିକୁ ହସ୍ପିଟାଲ ନେବା ପରେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା। ଏବେ ଉଭୟ ମା ଓ ଶିଶୁଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

‘ଦ ସନ’ର ରିପୋର୍ଟ ଅନୁସାରେ, ନବଜାତକ ଶିଶୁଟି ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ମଧ୍ୟରେ କରୋନାରେ ସଂକ୍ରମିତ ବୋଲି ଜଣାପଡିଥିଲା। ତେବେ ଶିଶୁଟି ଜନ୍ମ ହେବା ପରେ କିମ୍ବା ଗର୍ଭାବସ୍ଥାରୁ ସଂକ୍ରମିତ ହୋଇଥିବା ଡାକ୍ତରମାନେ ସନ୍ଦେହ କରୁଛନ୍ତି।

ରୟାଲ କଲେଜ ଅଫ ଗାଇନୋକୋଲୋଜିଷ୍ଟ କିନ୍ତୁ ଶିଶୁଟିକୁ ମାଠାରୁ ଅଲଗା ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଏବେବି ଉଭୟଙ୍କର ଅବସ୍ଥା ଜଟିଳ ଥିଲା ମେଡିକାଲ ପକ୍ଷରୁ କୁହାଯାଇଛି।

ଇଂଲଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁଦ୍ଧା ମୋଟ ୭୯୮ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି। ମୋଟ ୧୦ଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ଗତ ୨୪ ଘଂଟା ମଧ୍ୟରେ ସଂକ୍ରମଣର ହାର ୩୫ ପ୍ରତିଶତ ବୃଦ୍ଧି ପାଇଛି।

   Related Posts