Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ନୂଆ ବିଧାୟକ : ବିଭାଗ ଦପ୍ତରରେ ବିଭାଗୀୟ ମନ୍ତ୍ରୀଙ୍କ ସପତ୍ନୀକ ହୋମଯଜ୍ଞ ଓ ପୂଜାପାଠ

10/06/2019 at 6:38 PM

ଭୁବନେଶ୍ବର ୧୦/୬: ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି କିଛି ବରିଷ୍ଠ ଓ ନୂଆ ବିଧାୟକ । ତେବେ ମନ୍ତ୍ରୀ ହେବା ପରେ ସରାକାରଙ୍କ ପକ୍ଷରୁ ସେମାନଙ୍କ ବିଭାଗ ବଣ୍ଟନ ସହ ଦପ୍ତର ମଧ୍ୟ ଆବଣ୍ଟନ ହୋଇଛି । ତେଣୁ ଶୁଭ ବେଳା ଦେଖି ନୂଆ ମନ୍ତ୍ରିମାନେ ନିଜ ଦପ୍ତରରେ ପୂଜାର୍ଚ୍ଚନା କରି କାର୍ଯ୍ୟାଳୟ ପ୍ରବେଶ କରିଛନ୍ତି ।

କାର୍ଯ୍ୟାଳୟ ପ୍ରବେଶ ପୂର୍ବରୁ ରିଷ୍ଟ ଖଣ୍ଡନ, ବାସ୍ତୁଦୋଷ ନରହୁ, ଗ୍ରହ ଶାନ୍ତି ହେଉ। ବିଭାଗ ଦପ୍ତରରେ ବିଭାଗୀୟ ମନ୍ତ୍ରୀଙ୍କ ସପତ୍ନୀକ ହୋମଯଜ୍ଞ ଓ ପୂଜାପାଠ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ  ଅଫିସ ପ୍ରବେଶ ପୂର୍ବରୁ କୁଳ ପୁରୋହିତମାନଙ୍କୁ ଡାକି ଏଭଳି ପୂଜା କରିଛନ୍ତି। ରାଜ୍ୟବାସୀଙ୍କୁ କିଭଳି ଉତ୍ତମ ସେବା ଯୋଗାଇବେ, ନିଜର ଦାୟୀତ୍ବ କୁ କିଭଳି ଠିକ ଭାବେ ସମ୍ପାଦନା କରିପାରିବେ ସେନେଇ ଭଗବାନଙ୍କ ନିକଟରେ ଆଶିଷ ଭିକ୍ଷା କରିଛନ୍ତି ବୋଲି ପଦ୍ମନାଭଙ୍କ ପତ୍ନୀ କହିଛନ୍ତି ।

ବଡ଼ କଷ୍ଟରେ ଏ ମନ୍ତ୍ରିପଦ ମିଳିଛି । ମନ୍ତ୍ରୀ ହେବାକୁ ଅନେଇ ରହି ନିର୍ବାଚନ ପରେ ନିର୍ବାଚନ ଯାଉଥିବା ବେଳେ ଏଥର ମିଳିଛି ମନ୍ତ୍ରୀ ପଦ। କିନ୍ତୁ ପୂର୍ବରୁ ନଜିର ରହିଛି ମନ୍ତ୍ରୀପଦ ଯେଉଁବାଟରେ ମିଳିଛି ବାଦ ବିବାଦ ସେମିତି ଛାତିରୁ ଛଡ଼େଇ ନେଇଛି। ତେଣୁ ଏଥର ସେମିତି ନ ହେଉ।

କେବଳ ଏହି ଦୁଇ ମନ୍ତ୍ରୀ ନୁହନ୍ତି,  ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିରେ  ମନ୍ତ୍ରିମଣ୍ଡଳର ବିଭିନ୍ନ ବିଭାଗ ଦାୟୀତ୍ବରେ ଥିବା ମନ୍ତ୍ରୀ ମାନେ ବାସ୍ତୁ ନିୟମ ଅନୁସାରେ ଅଫିସ କାନ୍ଥର ରଙ୍ଗ ଓ ଅଫିସ ଆସବାବ ପତ୍ର ଗୁଡିକ ବଦଳାଇଛନ୍ତି।

   Related Posts