scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଞ୍ଜାମ ବ୍ଲକର ନୂତନ ବିଡିଓ ଭାବେ ଜଶ୍ମିନ୍‌ ପ୍ରଧାନଙ୍କ ଯୋଗଦାନ

15/10/2022 at 1:07 PM

ଖଲ୍ଲିକୋଟ ୧୫।୧୦ : ଗଞ୍ଜାମ ବ୍ଲକରେ ନୂତନ ବିଡିଓ ଭାବେ ଜଶ୍ମିନ୍‌ ପ୍ରଧାନଙ୍କ ଯୋଗଦାନ । ପୂର୍ବରୁ ସେ ଛତ୍ରପୁର ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଉଥିଲେ । ଖାସ୍‌ କରି କରୋନା ମହାମାରୀ ସମୟରେ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟଶୈଳୀଙ୍କୁ ସମସ୍ତ ପ୍ରଂଶସା କରିଥିଲେ ।

ତେବେ ୨୦୧୧ ବ୍ୟାଚ୍‌ର ଏହି ଓଆର୍‌ଏସ୍‌ ଅଧିକାରୀ ପ୍ରଥମେ କନ୍ଧମାଳ ଜିଲ୍ଲାରେ ଅତିରିକ୍ତ ତହସିଲଦାର ଓ ଭାରପ୍ରାପ୍ତ ବିଡିଓ ଦାୟିତ୍ୱ ତୁଲାଇଥିଲେ । ପରେ ସେ ୨୦୨୨ରେ ଓଏଏସ୍‌ ଭାବେ ପଦୋନ୍ନତି ପାଇ ଏବେ ଗଞ୍ଜାମ ବ୍ଲକର ବିଡିଓ ଭାବେ ଦାୟିତ୍ୱ ନେଇଛନ୍ତି । ପୂର୍ବରୁ ଗଞ୍ଜାମ ବିଡିଓ ଭାବେ ରଞ୍ଜନ ପୃଷ୍ଟି କାମ କରୁଥିଲେ । ଏବେ ଶ୍ରୀ ପ୍ରଧାନ କାର୍ଯ୍ୟଭାର ସମ୍ଭାଳିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି । ଆଗାମୀ ଦିନରେ ସମସ୍ତ ଜନହିତକର ଯୋଜନା କିପରି ସଠିକ୍‌ ଲୋକଙ୍କ ନିକଟରେ ପହଞ୍ଚିବ । ସେ ଦିଗରେ କାମ କରିବୁ ଏବଂ ଗଞ୍ଜାମ ବ୍ଲକକୁ ଏକ ଆଦର୍ଶ ବ୍ଲକରେ ପରିଣତ କରିବାକୁ ଚେଷ୍ଟା କରିବି ।

   Related Posts