ନୂଆ ରେକର୍ଡ: ୧ହଜାର ୩୦୦ ବିମାନରେ ଯାତ୍ରା କରିଛନ୍ତି ୧.୩୨ ଲକ୍ଷ ଯାତ୍ରୀ

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧।୯: ଦେଶରେ କରୋନା ଲକଡାଉନ୍‌ ପରେ ଗୋଟିଏ ଦିନରେ ସର୍ବାଧିକ ଯାତ୍ରୀପରିବହନରେ ବିମାନ କମ୍ପାନୀମାନେ ନୂଆ ରେକର୍ଡ କାୟମ କରିଛନ୍ତି। ଶୁକ୍ରବାର ପ୍ରଥମ ଥର ଘରୋଇ ଗନ୍ତବ୍ୟରେ ୧୩ଶହ ଉଡାଣ ହୋଇଥିବା ବେଳେ ୧ଲକ୍ଷ ୩୨ ହଜାର ଯାତ୍ରୀଙ୍କୁ ପରିବହନ କରାଯାଇପାରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ତଥ୍ୟାନୁସାରେ ଗୁରୁବାର ଦେଶରେ ସର୍ବାଧିକ ୧୩ଶହ ୮ଟି ଉଡାଣ ହୋଇଥିଲା।

{"id":328303,"sizeSlug":"large"}

ଏହି ସବୁ ଉଡାଣରେ ବିଭିନ୍ନ ବିମାନ ବନ୍ଦରରୁ ୧ଲକ୍ଷ ୨ ହଜାର ୨୯୩ ଜଣ ଯାତ୍ରୀ ନିଜନିଜ ଗନ୍ତବ୍ୟରେ ପହଞ୍ଚିଛନ୍ତି। ଯାହା ଲକଡାଉନ୍‌ ପରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଯାତ୍ରୀ ପରିବହନର ନୂଆ କିର୍ତ୍ତିମାନ ବୋଲି କହିଛନ୍ତି ମନ୍ତ୍ରାଳୟ। କରୋନା ଲକଡାଉନ୍ ଘୋଷଣା ସହ ମାର୍ଚ୍ଚ ୨୫ ତାରିଖରୁ ଦେଶରେ ସମସ୍ତ ପ୍ରକାର ଯାତ୍ରୀ ପରିବହନ ବ୍ୟହତ ହୋଇଥିଲା। ପ୍ରାୟ ୨ ମାସ ବିମାନ ସେବା ବନ୍ଦ ରହିବା ପରେ ଗତ ମେ ୨୫ ତାରିଖରୁ ପୁଣି ଦେଶରେ ଧିରେ ଧିରେ ବିମାନ ସେବା ଆରମ୍ଭ ହୋଇଥିଲା।

{"id":328305,"width":576,"height":323,"sizeSlug":"large"}

ପ୍ରଥମେ କୋଭିଡ ପୂର୍ବ ତୁଳନାରେ ଏକ ତୃତୀୟାଂଶ ବିମାନକୁ ଯାତ୍ରୀ ସେବା ନିମନ୍ତେ ଅନୁମତି ମିଳିଥିଲା। ଯାହାକୁ ପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦେଶରେ ବିମାନ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖି ବିମାନ ସଂଖ୍ୟା ଓ ଉଡାଣ ବୃଦ୍ଧି ଲାଗି ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲେ। ଦେଶରେ କୋଭିଡ ୧୯ ପୂର୍ବରୁ ଦୈନିକ ଅନୁନ୍ୟ ୩ ହଜାର ଉଡାଣ ହେଉଥିବା ବେଳେ ଏଥିରେ ୩ଲକ୍ଷ ଯାତ୍ରୀଙ୍କ ପରିବହନ ହେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.