ଅଦାଲତ ଭିତ୍ତିଭୂମି ସୁଦୃଢ଼ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସଂସ୍ଥା; ଜିମାର ଉଦଘାଟନ କଲେ ମୁଖ୍ୟ ବିଚାରପତି ଏସ. ମୁରଲୀଧର

Published By : Prameya-News7 Bureau | October 12, 2022 IST

କଟକ ୧୨/୧୦: ରାଜ୍ୟରେ ଥିବା ସମସ୍ତ ଅଦାଲତଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଜିମା(ଜୁଡ଼ିସିଆଲ ଇନଫ୍ରାଷ୍ଟ୍ରକଚର ମ୍ୟାନେଜମେଣ୍ଟ ଏଜେନ୍ସି) ଗଠିତ ହୋଇଛି। ଏହି ସଂସ୍ଥାକୁ ବୁଧବାର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ଉଦଘାଟନ କରିଛନ୍ତି। କଟକ ବକ୍ସି ବଜାରରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ଆଗକୁ ଉଚ୍ଚନ୍ୟାୟାଳୟ ସହିତ ସମସ୍ତ ଅଦାଲତ ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ରହିବ। ପୂର୍ବରୁ ଏଭଳି କାର୍ଯ୍ୟ ପାଇଁ ନ୍ୟାୟପାଳିକା ଦ୍ୱାରା ଗଠିତ କମିଟି ସମସ୍ତ ଦାୟିତ୍ୱ ବହନ କରୁଥିଲା।

କିନ୍ତୁ ଏହି କମିଟିରେ କୌଣସି ବୈଷୟିକ ବିଶେଷଜ୍ଞ ନଥିବାରୁ ଅନେକ ସମୟରେ ସମସ୍ୟା ଦେଖାଦେଉଥିଲା। ତେବେ ହାଇକୋର୍ଟଙ୍କ ପରାମର୍ଶରେ ରାଜ୍ୟ ସରକାର ଏହାକୁ ମଞ୍ଜୁରୀ ଦେଇଥିଲେ।  ପରେ ନିର୍ମାଣ ବିଭାଗର ୪ ଜଣ ଇଞ୍ଜିନିଅରଙ୍କୁ ଏହି ସଂସ୍ଥାର ଦାୟିତ୍ୱ ଦିଆଯାଇଛି। ନ୍ୟାୟପାଳିକା ପାଇଁ ଏଭଳି ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରିବା ସାରା ଦେଶରେ ପ୍ରଥମ ଘଟଣା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.