ଇମ୍ରାନ ଖାନ୍ ସରକାରର ନୂଆ ଆକ୍ସନ ପ୍ଲାନ୍ : ସୀମାରେ ନୂଆ ଲାଇନ ଅଫ୍ କଣ୍ଟ୍ରୋଲ୍

Published By : Prameya-News7 Bureau | March 05, 2019 IST

 ବାଲାକୋଟ ଆଇଏଫ ଆକ୍ରମଣର ୧୦ଦିନ ପରେ ଆକ୍ସନ ମୁଡକୁ ଆସିଛନ୍ତି ଇମ୍ରାନ ଖାନଙ୍କ ସରକାର। ବେଆଇନ ଘୋଷିତ ଜୈସ ଇ ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସମ୍ପର୍କୀୟ ଦୁଇ ଭାଇ  ଅବଦୁଲ ରୌଫ, ହମ୍ମାନ ଅଜହରଙ୍କ ସମେତ ୪୪ ଜଣଙ୍କୁ ଗିରଫ କରିଛି ପାକ୍ ସରକାର।  ଦେଶରେ ବେଆଇନ ଘୋଷିତ ଆତଙ୍କୀ ସଂଗଠନଗୁଡିକର ସଦସ୍ୟକୁ ଗିରଫ କରିବାପାଇଁ ଦୁଇ ସପ୍ତାହ ଧରି ଚାଲିବ ଧରପଗଡ।

{"id":90947,"width":590,"height":332}

ଜୈସ ଇ ମହମ୍ମଦ ବିରୋଧର ଇମ୍ରାନ ଖାନ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ। ଜୈସର ମୁଖ୍ୟ ମାସୁଦ ଆଝାରର ସମ୍ପର୍କୀୟ ଭାଇ ଅବଦୁଲ ରଉଫ,ହମ୍ମାନ ଅଜହରଙ୍କ ସମେତ ୪୪ଜଣଙ୍କୁ ଗିରଫ କରିଛି ପାକସ୍ତାନ। ଆତଙ୍କୀ ସଂଗଠନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଇମ୍ରାନ ଖାନ ସରକାର ନ୍ୟାସନାଲ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ଏହି ନୀତି ଅନୁଯାୟୀ ପାକିସ୍ତାନ ମାଟିରେ ସକ୍ରିୟ ଥିବା ସବୁ ବେଆଇନ ଆତଙ୍କୀ ସଂଗଠନ ଉପରେ ସରକାର କଡା ନଜର ରଖିବେ। ଦୁଇ ସପ୍ତାହ ଧରି ଏହି ଧରପଗଡ ଚାଲିବ। ବାଲକୋଟରେ ଜୈସର ଆତଙ୍କୀ ଶିବିର ଉପରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣର ୧୦ ଦିନ ପରେ ବେଆଇନ ଆତଙ୍କୀସଂଗଠନ ବିରୋଧରେ ନେଇଛନ୍ତି ଏହି ଠୋସ ପଦକ୍ଷେପ। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନର ଜମିକୁ ବ୍ୟବହାର କୌଣସିମତେ ବ୍ୟବହାର କରାଯାଇପାରିବନି ବୋଲି କହିଛନ୍ତି ପାକସ୍ତାନର ଗୃହ ମନ୍ତ୍ରୀ ସାହରିୟାର ଖାନ ଆଫ୍ରିଦି।

{"id":90948,"width":594,"height":334}

ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ସୀମାରେ ସୃଷ୍ଟି କରିଛି ନୂଆ ଲାଇନ ଅଫ୍ କଣ୍ଟ୍ରୋଲ। ଆତଙ୍କୀ ଆଡ୍ଜା ଉପରେ ଭାରତର ବିମାନ ଆକ୍ରମଣ ଏବେ ନ୍ୟୁ ନର୍ମାଲ। ତେବେ ଭାରତର କଡା କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ବିରୋଧରେ ନୁହଁ, ଲଢେଇ ଆତଙ୍କବାଦ ବିରୋଧରେ ବୋଲି ଭାରତ ସ୍ପଷ୍ଟ କରିଛି। ସୀମା ପାର ଆତଙ୍କୀ ମୁକାବିଲା ପାଇଁ  ଭାରତ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥି ଲୋଡୁନି ବୋଲି ବିଶ୍ବ ସମୁଦାୟକୁ ଜଣାଇଛି।  ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟକୁ ମଧ୍ୟ ବିଶ୍ବସମୁଦାୟ ସମର୍ଥନ ଜଣାଇଛି। ଆତଙ୍କବାଦର ମୁଳୋତ୍ପାଟନ ପାଇଁ ଭାରତ ବଦ୍ଧ -ପରିକର। ଆତଙ୍କବାଦ ନିପାତ ଲଢେଇରେ କୌଣସି ଶକ୍ତି ଭାରତକୁ ରୋକିପାରିବନି । ଆତଙ୍କବାଦୀଙ୍କ ଯେକୌଣସି ଆଡ୍ଡାକୁ ଯେକୌଣସି ସମୟରେ ଭାରତ ଧ୍ବଂସ କରିବାର କ୍ଷମତା ରଖୁଛି ବୋଲି ବାଲାକୋଟ ତାର ପ୍ରମାଣ ବୋଲି ଭାରତ ଦେଇଛି ବାର୍ତ୍ତା।

{"id":90949,"width":589,"height":331}

ଆତଙ୍କବାଦ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ପାଇଁ ଇସଲାମାବାଦ ଉପରେ ପ୍ରବଳ ଚାପ ରହିଥିଲା। ତେବେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନଗୁଡିକ ଉପରେ କେତେ ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା।

{"id":90950,"width":591,"height":332}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.