ନୂଆ ଓଡିଆ ନ୍ୟୁଜ୍ ଚ୍ୟାନେଲ ‘ନନ୍ଦିଘୋଷ ଟିଭି’ ଲୋକାର୍ପିତ
13/02/2020 at 8:19 PM

ଭୁବନେଶ୍ୱର ୧୩।୨ : ନୂଆ ୨୪ ଘଣ୍ଟିଆ ଓଡିଆ ସାଟେଲାଇଟ୍ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲ ‘ନନ୍ଦିଘୋଷ ଟିଭି’ର ଗୁରୁବାର ଲୋକାର୍ପଣ ହୋଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଓଡିଆ ନ୍ୟୁଜ୍ ଚ୍ୟାନେଲର ଲୋକାର୍ପଣ କରିଛନ୍ତି।

ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ବରିଷ୍ଠ ରାଜନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗଦେଇ ଗଣମାଧ୍ୟମର ଦାୟିତ୍ୱବୋଧ, ଅନୁସନ୍ଧାନ ମୂଳକ ଓ ତଥ୍ୟ ଆଧାରିତ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେଇଥିଲେ ।

କାର୍ଯ୍ୟକ୍ରମରେ ବହୁ ରାଜନେତା, ପ୍ରଶାସକ ଓ ବରିଷ୍ଠ ସାମ୍ବାଦିକମାନେ ଯୋଗଦେଇ ନୂଆ ନ୍ୟୁଜ୍ ଚାନେଲ ଲାଗି ଶୁଭେଚ୍ଛା ଜ୍ଞାପନ କରିବା ସହ ସମୟର ଚାଲେଞ୍ଜକୁ ମୁକାବିଲା ଲାଗି ଆହ୍ୱାନ ଦେଇଥିଲେ। ନୂଆ ୨୪ ଘଣ୍ଟିଆ ସାଟେଲାଇଟ୍ ଟେଲିଭିଜନ ଚାନେଲ ସହ ରାଜ୍ୟରେ ଇଲୋକଟ୍ରୋନିକ୍ ମିଡିଆ ଜଗତରେ ଆଉ ଗୋଟିଏ ନୂଆ ନ୍ୟୁଜ୍ ଚାନେଲ ଯୋଡି ହୋଇଯାଇଛି।