କଟକ ସହରରୁ ଆଉ ୧୫୦ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୬୭

Published By : Prameya-News7 Bureau | August 20, 2020 IST

କଟକ ୨୦|୦୮:  କଟକ ସହରରେ ଗୁରୁବାର ୧୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୬୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ କ୍ୱାରେଣ୍ଟାଇନରେ ୮୩ଜଣ ରହିଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟାଇନରେ ୪୭ ଜଣ ଥିବା ବେଳେ ସରକାରୀ କ୍ୱାରେଣ୍ଟାଇନରେ ୩୬ ଜଣ ରହିଥିଲେ ।

wp:html /wp:html

ଏବେସୁଦ୍ଧା କଟକ ସହରରେ ୨୮୨୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭୧୭ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୪ଜଣ ପ୍ରାଣ ହରାଇଥିବା ବେଳେ ୧୦୮୭ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.