ବିଯୁକ୍ତ ତାପମାତ୍ରାରେ ବି ଦିଲ୍ଲୀରେ ହୁଏନି ହୀମପାତ, ଜାଣନ୍ତୁ କାହିଁକି ?
17/01/2023 at 9:01 PM

ନୂଆଦିଲ୍ଲୀ ୧୭।୧: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି। ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରି ସେଲସିୟସକୁ ପହଞ୍ଚିଯାଇଛି। ଦିନକ ପୂର୍ବରୁ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ୧୫ରୁ ୧୯ ଜାନୁୟାରୀ ମଧ୍ୟରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫ରୁ ବିଯୁକ୍ତ ୧ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ତାପମାତ୍ରା ବିଯୁକ୍ତ ହେବାମାତ୍ରେ ଲୋକେ ବରଫପାତର ଅନୁମାନ କରନ୍ତି, କିନ୍ତୁ ଦିଲ୍ଲୀରେ ଏହା କେବେବି ହୁଏନା । ତେବେ ଥଣ୍ଡା ଯେତେ ବଢିଲେବି ଦିଲ୍ଲୀରେ କାହିଁକି ହୁଏନି ବରଫପାତ ଆସନ୍ତୁ ଜାଣିବା।

ଦିଲ୍ଲୀରେ ତାପମାତ୍ରା ଶୁନ ଡିଗ୍ରି ସେଲସିୟସ୍ ବା ଏହାଠୁ ତାପମାତ୍ରା ଆହୁରି କମ୍ ହୋଇଗଲେ ବି କେବେ ହୀମପାତ ହୁଏନି। ଏହା ପଛରେ ଭୌଗଳିକ କାରଣ ସହିତ ଅନ୍ୟ ବୈଷୟିକ କାରଣ ମଧ୍ୟ ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ହୀମପାତ ମଧ୍ୟ ଏକ ପ୍ରକାର ବର୍ଷା, ଯେଉଁଥି ପାଇଁ ବାଦଲର ଆବଶ୍ୟକତା ପଡିଥାଏ। ଏଣୁ ଦିଲ୍ଲୀ ଭଳି ସମତଳ ଅଞ୍ଚଳ ଆକାଶରେ ବାଦଲ ଘୋଟିଲେ ତାପମାତ୍ରା ବୃଦ୍ଧି ହୁଏ।

ତେବେ ହୀମପାତ ଯୋଗୁ କେବଳ ଆକାଶରେ ବାଦଲ ନୁହେଁ ମାଟିରେ ମଧ୍ୟ ତାପମାତ୍ରା ଉପଶୁନ୍ୟ ହେବା ଦରକାର ଅର୍ଥାତ ଥଣ୍ଡା ତାପମାତ୍ରା ବା ତାଠାରୁ କମ୍ ହେବା ଦରକାର । ଯାହା ଜାତୀୟ ରାଜଧାନୀରେ ବହୁତ କମ୍ ହୋଇଥାଏ। ହିମାଳୟରେ ବରଫପାତ ହେଲେ ସମତଳ ଅଞ୍ଚଳର ତାପମାତ୍ରା ବିଯୁକ୍ତ ହୋଇଯାଏ। ସେତେବେଳେ ବରଫ ପବନ ଉତ୍ତର ଭାରତକୁ ମୁହାଁଇଥାଏ। ଏହି ବାୟୁ ସାଧାରଣତଃ ଶୁଷ୍କ ହୋଇଥାଏ ଏଥିରେ ବାଦଲର ନିର୍ମାଣ ହୋଇ ପାରେନା। ଏଣୁ ଦିଲ୍ଲୀ ଭଳି ସମତଳ ଅଞ୍ଚଳରେ ଅଧିକ ଥଣ୍ଡା ପଡୁଥିଲେ ବି ବରଫ ପଡେନା।