ଭୁଲରେ ବି ପର୍ସରେ ରଖନ୍ତୁନି ଏହିସବୁ ଜିନିଷ: ହୋଇଥାଏ ଧନ ଅଭାବ

Published By : Prameya-News7 Bureau | September 24, 2021 IST

ଭୁବନେଶ୍ୱର ୨୪/୦୯ : ଧାନାଭାବ ଏକ ବଡ ସମସ୍ୟା। ଆର୍ଥିକ ସ୍ଥିତି ମଜବୁତ କରିବାକୁ ଲୋକେ ଧନ ରୋଜଗାର କରନ୍ତି। ଧନ ରୋଜଗାର ପାଇଁ ଲୋକେ ଦିନ ରାତି କଠିନ ପରିଶ୍ରମ କରନ୍ତି। କିନ୍ତୁ ଶତ ଚେଷ୍ଟା ସତ୍ତ୍ୱେ ପରିଣାମ ନ ମିଳିଲେ ବ୍ୟକ୍ତି ଚିନ୍ତିତ ହୋଇପଡେ। ଦୈନନ୍ଦିନ ଜୀବନରେ କିଛି ଉପାୟ କଲେ ସବୁବେଳେ ମା' ଲକ୍ଷ୍ମୀଙ୍କ କୃପା ରହିବ ଓ କେବେ ଧନ ଅଭାବ ହେବନାହିଁ। ଜାଣନ୍ତୁ ଏହି ୮ଟି ଉପାୟ...

୧. ନିଜ ପର୍ସରେ ଔଷଧ ରଖିବା ଅଧିକାଂଶ ଲୋକଙ୍କ ଅଭ୍ୟାସ। ଏହା ଭୁଲ। ପର୍ସରେ ଔଷଧ ରଖିଲେ ନକାରାତ୍ମକ ଆସିଥାଏ। ସେଥିପାଇଁ ଏଭଳି କରନ୍ତୁ ନାହିଁ।

୨. ଅଧିକାଂଶ ମହିଳା ନିଜ ପର୍ସରେ ଖାଇବା ଜିନିଷ ରଖିଥାନ୍ତି, ଯେପରିକି ଚକଲେଟ କିମ୍ବା ଫଳ। ବାସ୍ତୁ ଶାସ୍ତ୍ର ଅନୁସାରେ ପର୍ସରେ ଖାଦ୍ୟ ସାମଗ୍ରୀ ରଖିବା ଆର୍ଥିକ କ୍ଷତିର ସଂକେତ।

୩. ଯଦି ଆପଣଙ୍କର ଜିନିଷ ଏପଟେ ସେପଟେ ଫୋପାଡିବାର ଅଭ୍ୟାସ ଅଛି ତାହେଲେ ଏହି ଅଭ୍ୟାସକୁ ତୁରନ୍ତ ବଦଳାଇ ଦିଅନ୍ତୁ। ନିଜ ଘର ଓ କାର୍ଯ୍ୟାଳୟକୁ ସବୁବେଳେ ବ୍ୟବସ୍ଥିତ ରଖନ୍ତୁ। ଏହାଦ୍ୱାରା ସକାରାତ୍ମକ ଶକ୍ତି ଆସିବ।

୪. ଘର ହେଉ କି କାର୍ଯ୍ୟାଳୟ ବାସ୍ତୁ ଅନୁସାରେ କ୍ରିଷ୍ଟାଲ ଟ୍ରି, ବାଉଁଶ ଗଛ, ଲାଫିଙ୍ଗ ବୁଦ୍ଧ, ସୁନା ମୁଦ୍ରା ବିଶିଷ୍ଟ ଜାହାଜ ଆଦି ରଖିଲେ ଧନ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।

୫. ଘର ସଜାଇବାକୁ ଲୋକେ ବହୁତ ଉପାୟ କରନ୍ତି। ଘର ସଜାଇବାରେ ଯଦି ଗଛ ବ୍ୟବହାର କରନ୍ତି ତାହେଲେ ସୁନ୍ଦରତା ଆହୁରି ବଢି ଯାଇଥାଏ। ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। 

{"id":517052,"sizeSlug":"large","linkDestination":"none"}

୬. ଘରେ ଛୋଟ ଛୋଟ ଜିନିଷ ଉପରେ ଦୃଷ୍ଟି ଦେଇନଥାଉ। ଯଦି ଘର ନଳରୁ ପାଣି ବୋହିବା ବା କୌଣସି ଲିକେଜ ଥିଲେ ଅଯଥା ଖର୍ଚ୍ଚ ବଢିଥାଏ। ସେଥିପାଇଁ ଏଥିପ୍ରତି ଦୃଷ୍ଟି ଦେବା ଉଚିତ।

୭. ସୂର୍ଯ୍ୟ କିରଣର ଅନେକ ଲାଭ ଅଛି। କିନ୍ତୁ ଯଦି ଘରେ ସୂର୍ଯ୍ୟ କିରଣ ପଡୁନଥାଏ ତାହେଲେ ଅଶୁଭ ହୋଇଥାଏ। ଅନ୍ଧାର ଜୀବନରେ କେବଳ ନକରାତ୍ମକତା ଆଣିଥାଏ।

୮. ଘର ସବୁବେଳେ ସଫାସୁତୁରା ରଖିବା ଉଚିତ। ଘରର ମୁଖ୍ୟଦ୍ଵାର ମଧ୍ୟ ସଫାସୁତୁରା ରଖିବା ଉଚିତ। କାରଣ ମୁଖ୍ୟଦ୍ଵାର ଦେଇ ହିଁ ମା' ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.