ଘରର ଏହି ସ୍ଥାନରେ ରଖନ୍ତୁନି ଆଲୋଭେରା ! ପଡିପାରେ ନକାରାତ୍ମକ ପ୍ରଭାବ

Published By : Prameya-News7 Bureau | July 12, 2024 IST

ନୂଆଦିଲ୍ଲୀ ୧୨।୦୭: ଘରର ପ୍ରତ୍ୟକ ଜିନିଷ ବାସ୍ତୁ ଅନୁଯାୟୀ ରଖିବା ଉଚିତ୍ । ଏପରି କରିବା ଦ୍ବାରା ଘରକୁ ସକରାତ୍ମକ ଶକ୍ତି ଆସିବା ସହିତ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଅଧିକାଂଶ ଘରେ ଆଲୋଭେରା ଗଛକୁ ଏହାର ଔଷଧୀୟ ଗୁଣ ଯୋଗୁଁ ଲଗାନ୍ତି ।

କିନ୍ତୁ ଭୁଲ ସ୍ଥାନରେ ଆଲୋଭେରା ଲଗାଇବା ଦ୍ୱାରା ଘରେ ଭାଷ୍ଟୁ ଦୋଷ ହୋଇପାରେ । ତେଣୁ ଘରେ ଆଲୋଭେରା ଗଛ ଲଗାଇବା ପୂର୍ବରୁ ଏହା ବିଷୟରେ ଜାଣିବା ଉଚିତ୍ । ନଚେତ୍ ଏହା ଘର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । 

ଆଲୋଭେରା ଘରର ପୂର୍ବ ଦିଗରେ ଲଗାଯିବା ଉଚିତ୍ ନୁହେଁ । କାରଣ ସକରାତ୍ମକ ଶକ୍ତି ପୂର୍ବ ଦିଗରୁ ଆସିଥାଏ ଏବଂ ଏହି ଦିଗରେ ଆଲୋଭେରା ଲଗାଇବା ଦ୍ବାରା ନକାରାତ୍ମକ ଶକ୍ତି ବଢିଥାଏ । ବାସ୍ତୁ ଅନୁଯାୟୀ, ଆଲୋଭେରାକୁ ପୂର୍ବ ଦିଗରେ ରଖିବା ଅଶୁଭ ବୋଲି ବିବେଚନା କରାଯାଏ । ଏହି ଦିଗରେ ଆଲୋଭେରା ପ୍ଲାଣ୍ଟ ଲଗାଇଲେ ଘରେ ଝଗଡା ହେବାର ଆଶଙ୍କା ବଢିଥାଏ । 

ଶୋଇବା ଘରେ ଆଲୋଭେରା ଲଗାଇବା ଦ୍ବାରା ପାରିବାରିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ବଂଶର ବୃଦ୍ଧି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ । ଆଲୋଭେରା ଗଛ ଭଙ୍ଗା ହାଣ୍ଡିରେ ଆଦୌ ଲଗାଇବା ଉଚିତ୍ ନୁହେଁ । 

ଏପରି କରିବା ଦ୍ବାରା ବାସ୍ତୁ ଦୋଷ ଲାଗିବା ସହ ନକାରାତ୍ମକ ଶକ୍ତି ବିସ୍ତାର ହୋଇପାରେ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରର ପଶ୍ଚିମ ଦିଗରେ ଆଲୋଭେରା ପ୍ଲାଣ୍ଟ ଲଗାଇବା ଭଲ । ଏହା କରିବା ଦ୍ୱାରା ପ୍ରଗତିର ସମ୍ଭାବନା ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.