ଖାଦ୍ୟ ଖାଇବା ପରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ସ୍ବାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

Published By : Prameya-News7 Bureau | May 04, 2022 IST

ଗରମ ଦିନେ ଯେତେଥର ଗାଧୋଇଲେ ବି ତାହା କମ୍ ହୋଇଥାଏ । ତାପମାତ୍ରା ବୃଦ୍ଧି ଯୋଗୁଁ ଅଧିକାଂଶ ଲୋକ ତିନିରୁ ଚାରି ଥର ଗାଧୋଇଥାନ୍ତି । ଏମିତିରେ କିଛି ଲୋକ ଏମିତି ଭୁଲ୍ କରିଦେଇତାନ୍ତି ଯାହା ତାଙ୍କର କରିବା କଥା ନୁହେଁ । କିଛି ଲୋକ ରାତିରେ ଗାଧୋଇବା ପରେ ଖାଇଥାନ୍ତି । ଏମିତି କଲେ ଆପଣ ରୋଗକୁ ଡାକିଆଣିବା ଭଳି ହେବ । ସେମିତି ଖାଇବା ପରେ ଗାଧୋଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଏହାଦ୍ବାରା ଆପଣଙ୍କ ଓଜନ ବଢିବା ସହ ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହା ବ୍ୟତୀତ ଏମିତି କଣ ଅଭ୍ୟାସ ଯାହା ଆପଣଙ୍କୁ ଅସିବିଧାରେ ପକାଇପାରେ ।

ସକାଳ ଜଳଖିଆ ହେଉ କି ରାତ୍ରିଭୋଜନ ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ । ଏହା କରିବା ଦ୍ବାରା ଆପଣଙ୍କୁ କୋଷ୍ଠକାଠିନ୍ୟ ହୋଇପାରେ । ଗାଧୋଇବା ପରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ ଯାହା ଫଳରେ ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥାଏ ।

ଅଧିକାଂଶ ଲୋକ ଖାଇବା ପରେ ଫଳ ଖାଇଥାନ୍ତି । ଏମିତି କରିବା ଦ୍ବାରା ଆପଣ ନିଜର ହିଁ କ୍ଷତି କରନ୍ତି । ଏହା କରିବା ଦ୍ବାରା ଆପଣଙ୍କୁ ଅମ୍ଳ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଆପଣ ଦେଖିଥିବେ ଯେ କିଛି ଲୋକଙ୍କୁ ଖାଇବା ପରେ ଧୂମପାନ କରିବାର ଅଭ୍ୟାସ ଥାଏ । କିନ୍ତୁ ଏମିତି କରୁଥିବା ଲୋକ ସାବଧାନ ହୋଇଯାଆନ୍ତୁ । କାରଣ ଏହା କରିବା ଦ୍ବାରା ଆପଣଙ୍କ ଓଜନ ବଢିଥାଏ ।

ଖାଇବାର ତୁରନ୍ତ ପରେ ଲୋକମାନେ ଶୋଇପଡନ୍ତି । ଏପରି କରିବା ଦ୍ବାରା ଆପଣଙ୍କ ଶରୀର ଖାଦ୍ୟକୁ ସଠିକ୍ ଭାବରେ ହଜମ କରିବାରେ ସକ୍ଷମ ହୋଇନଥାଏ । ଏହାଦ୍ବାରା ଆପଣଙ୍କ ହଜମ ପ୍ରକ୍ରିୟା ନଷ୍ଟ ହୋଇପାରେ । ସେଥିପାଇଁ ଖାଇବା ପରେ ୧୦ରୁ ୧୫ ମିନିଟ୍ ଚାଲିବା ଉଚିତ୍ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.