ଗାଁ'ରେ ନାହିଁ ନେଟଓ୍ୱର୍କ, ପାହାଡ ଉପରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

Published By : Prameya-News7 Bureau | June 27, 2021 IST

ଜି ଉଦୟଗିରି,୨୭/୦୬: କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକର ଗୁନ୍ଦାବାଜୁ ଗାଁ। ଦୁର୍ଗମ ଅଞ୍ଚଳ ଓ ପାହାଡ଼ ପର୍ବତ ଘେରା ଏହି ଗ୍ରାମ। ନା ଅଛି ମୋବାଇଲ ଟାଓ୍ୱାର । ନା ନେଟଓ୍ୱର୍କ । ତେବେ ଅନଲାଇନ୍ ପାଠପଢା ବେଳେ ନାନାଦି ଅସୁବିଧାର ସାମ୍ନା କରୁଛନ୍ତି ଗାଁର ଛାତ୍ରଛାତ୍ରୀ ।

କରୋନା ସମୟରେ ପିଲାମାନଙ୍କର ଚାଲିଛି ଅନଲାଇନ୍ ପାଠ ପଢା।କିନ୍ତୁ ଗୁନ୍ଦାବାଜୁ ଗ୍ରାମରେ ନେଟୱର୍କ ସୁବିଧା ନଥିବାରୁ ପିଲାମାନେ ପାହାଡ ଉପରେ ପଢୁଛନ୍ତି।କରୋନା ସମୟ ଠାରୁ ସ୍କୁଲ ଓ କଲେଜରେ ପାଠ ପଢା ହୋଇନଥିବାରୁ ଏହି ଛାତ୍ର ମାନେ ଭଲ ରୂପେ ପାଠ ପଢିପାରୁନାହାନ୍ତି।

ବର୍ତ୍ତମାନ ଗାଁ ଠାରୁ ପାଞ୍ଚ କିଲୋମିଟର ଚାଲି ଚାଲି ଆସି ପାହାଡ ଉପରେ ଥିବା ଏକ ପଥର ଉପରେ ପଢୁଛନ୍ତି। ତେବେ ଛାତ୍ରମାନେ ଅଫଲାଇନରେ ପଢ଼ିଲେ ଭଲ ହେବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.