ସାରା ଅଲ୍ଲୀ ଖାନଙ୍କ ‘କୁଲି ନମ୍ବର ଓ୍ବାନ୍’ ଟ୍ରେଲରକୁ ଡିସଲାଇକ୍ କରିବାର ଜୋରଦାର ପ୍ରସ୍ତୁତି : ଫ୍ଲପ୍ ହେବା ଚାହୁଁଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ
27/11/2020 at 2:46 PM

ମୁମ୍ବାଇ ୨୭/୧୧: ବଲିଉଡ ଅଭିନେତ୍ରୀ ସାରା ଖାନଙ୍କ ଫିଲ୍ମ କୁଲି ନମ୍ବର ଓ୍ବାନ୍ ଖୁବ୍ ଶୀଘ୍ର ରିଲିଜ ହେବ। ନଭେମ୍ବର ୨୮ତାରିଖରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହେବ। ଏପରି ପରିସ୍ଥିତିରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ ସାରା ଅଲ୍ଲୀ ଖାନଙ୍କୁ ଟ୍ରୋଲ୍ କରୁଛନ୍ତି ଏବଂ ତାଙ୍କ ଫିଲ୍ମକୁ ବୟକଟ୍ କରିବାକୁ କରିବା କଥା କହୁଛନ୍ତି। ଏହା ସହିତ ସାରା ଅଲ୍ଲୀ ଖାନଙ୍କ ନାଁରେ ଅନେକ ମିମ୍ସ ଏବଂ ଜୋକ୍ସ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ସୋସିଆଲ୍ ମିଡିଆ ଯୁଜର୍ସଙ୍କ କହିବା ଅନୁସାରେ ସାରାଙ୍କ ବିରୋଧରେ ଏବେ ବି ଡ୍ରଗ୍ସ କେସ୍ ଚାଲିଛି ,ଏପରି କ୍ଷେତ୍ରରେ କିପରି ତାଙ୍କ ଫିଲ୍ମ ଆସି ପାରିବ। ଏପରି କ୍ଷେତ୍ରରେ କେତେକ ୟୁଜର କହିଛନ୍ତି ଯେ ସାରା ସୁଶାନ୍ତଙ୍କୁ ଧୋକା ଦେଇଛନ୍ତି,ଆଉ କେତେକ କହୁଛନ୍ତି ଯେ ସେ ସାରାଙ୍କ ଫିଲ୍ମକୁ ଆଲିଆ ଭଟ୍ଟଙ୍କ ସଡ଼କ ୨ଠୁ ମଧ୍ୟ ଅଧିକ ଫ୍ଲପ୍ ହେବା ଦେଖିବାକୁ ଚାହୁଁଛନ୍ତି। ଏହି କାରଣରୁ ଅଧିକାଂଶ ୟୁଜର ଏହି ଫିଲ୍ମର ଟ୍ରେଲରକୁ ଡିସଲାଇକ୍ କରିବାକୁ ପ୍ରସ୍ତୁତ ଅଛନ୍ତି।
ବରୁଣ ଧଓ୍ବନ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ କୁଲି ନମ୍ବର ଓ୍ବାନ୍ ଡିସେମ୍ବର ୨୫ ଖ୍ରୀଷ୍ଟମାସରେ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ ହେବ। ତାଙ୍କ ଟ୍ରେଲର ନଭେମ୍ବର ୨୮ ତାରିଖ ଆସିବ। ଏହି ଫିଲ୍ମକୁ ସାରା ଅଲ୍ଲୀ ଖାନଙ୍କ ପ୍ରଶଂସକ ଅନେକ ଦିନରୁ ଅପେକ୍ଷା କରିଥିଲେ। କିନ୍ତୁ ଏବେ ସୁଶାନ୍ତଙ୍କ ପ୍ରଶଂସକ ଏହି ଫିଲ୍ମକୁ ଡିସଲାଇକ୍ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।
