ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଟି-୨୦ ବିଶ୍ୱକପ: ନେଦରଲାଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହେଲା ଦକ୍ଷିଣ ଆଫ୍ରିକା, ସେମିରେ ଭାରତ

6/11/2022 at 8:56 AM

ଆଡିଲେଡ୍: ଟି-୨୦ ବିଶ୍ୱକପରେ ଆଜି ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ନେଦରଲାଣ୍ଡ ଗ୍ରୁପ-୧ ସୁପର ୧୨ର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ହରାଇ ଦେଇଛି। ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଟିମ୍ ବିଶ୍ୱକପରୁ ବାହାରିଯାଇଛି। ଅନ୍ୟପଟେ ଭାରତ ପାଇଁ ଏହା ଫାଇଦା ହୋଇଛି।

ଦକ୍ଷିଣ ଆଫ୍ରିକାର ପରାଜୟ ପରେ ପଏଣ୍ଟ ଟେବୁଲରେ ଭାରତର ୬ ଅଙ୍କ ପାଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଅନ୍ୟପଟେ ଆଜି ଭାରତ ସୁପର ୧୨ର ଶେଷ ମୁକାବିଲା ଆଜି ଜିମ୍ବାୱେ ବିପକ୍ଷରେ ଖେଳିବ।

ଆଜିର ମ୍ୟାଚ୍‌ରେ ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଟିମ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍‌ ହିଁ କରିପାରିଛି।

ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ନେଦରଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ନେଦରଲାଣ୍ଡ ୧୫୮ ରନ୍ କରିଥିଲା। ଦଳ ପକ୍ଷରୁ ଅକରମନ ସର୍ବାଧିକ ୪୧ ରନ୍ କରିଥିବା ବେଳେ ମାଇବର୍ଘ ୩୭ ରନ୍ କରିଥିଲେ। ସେହିପରି ଟମ କୁପର ୩୫ ରନ୍ କରିଥିବା ବେଳେ ମାସ୍କ ଓ ଦାଓଦେ ୨୯ ରନ୍ କରିଥିଲେ।

ଦଳ ପକ୍ଷରୁ ୱିକେଟ୍ ବେଶି ଯାଇ ନଥିବା ବେଳେ ବଡ଼ ସ୍କୋର ବି କରିପାରି ନଥିଲା ନେଦରଲାଣ୍ଡ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନର୍ତ୍ତଜେ ଓ ମାକ୍ରମ ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ମହାରାଜ ୨ ୱିକେଟ୍ ନେଇଥିଲେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ କୌଣସି ଗୋଟିଏ ବି ବ୍ୟାଟ୍ସମ୍ୟାନ୍ ୩୦ ରନ୍ କରିପାରି ନଥିଲେ। ଶେଷରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍‌ ହିଁ କରିପାରିଛି।

   Related Posts