ଚିଲ୍ଲିକୁ ୧୪-୦ରେ ହରାଇଲା ନେଦରଲ୍ୟାଣ୍ଡ, ହକି ବିଶ୍ୱକପ ଇତିହାସରେ ବୃହତ ବ୍ୟବଧାନର ବିଜୟ

Published By : Prameya-News7 Bureau | January 19, 2023 IST

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପର ୧୮ତମ ମ୍ୟାଚରେ ନେଦରଲ୍ୟାଣ୍ଡ ଟିମ୍ ଐତିହାସିକ ବିଜୟ ହାସଲ କରିଛି ।  ପୁଲ ସି'ର ଶେଷ ମ୍ୟାଚରେ ନେଦରଲ୍ୟାଣ୍ଡ ଟିମ୍ ଚିଲ୍ଲି ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିବ ବୋଲି ସମସ୍ତେ ଆଶା ରଖିଥିଲେ । ପରିଣାମ ମଧ୍ୟ ତାହା ହେଲା । ଚିଲ୍ଲିକୁ ୧୪-୦ରେ ହରାଇ ବିଶ୍ୱକପରେ ନୂଆ ରେକର୍ଡ ସୃଷ୍ଟି କରିଛି ଡଚ୍ ଟିମ୍ । ପ୍ରଥମ ୱାର୍ଲଡ କପ ଖେଳୁଥିବା ଏହି ଦକ୍ଷିଣ ଆମେରିକୀୟ ଟିମକୁ ହରାଇ ପୁଲ ସି'ର ଶୀର୍ଷରେ ରହିଛି ନେଦରଲ୍ୟାଣ୍ଡ ।

ବିଶ୍ୱକପ ଇତିହାସରେ ଏହା ସବୁଠୁ ବୃହତ ବ୍ୟବଧାନର ବିଜୟ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ନାଁରେ ଏହି ରେକର୍ଡ ଥିଲା । ୨୦୧୦ ମସିହା ସଂସ୍କରଣରେ ଦ.ଆଫ୍ରିକା ଟିମକୁ ୧୨-୦ ବ୍ୟବଧାନରେ ହରାଇଥିଲା ଅଷ୍ଟ୍ରେଲିଆ । ଉଲ୍ଲେଖଯୋଗ୍ୟ ଯେ ୨୦୧୦ ମସିହାରେ ଭାରତର ନୂଆଦିଲ୍ଲୀରେ ବିଶ୍ୱକପର ଆୟୋଜନ ହୋଇଥିଲା ।

{"id":735101,"width":840,"height":532,"sizeSlug":"full","linkDestination":"none"}

ନେଦରଲ୍ୟାଣ୍ଡ ଏବଂ ଚିଲ୍ଲି ମଧ୍ୟରେ ଖେଳାଯାଇଥିବା ମ୍ୟାଚର ସପ୍ତମ ମିନିଟରେ ନେଦରଲ୍ୟାଣ୍ଡ ଟିମ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା । ଷ୍ଟ୍ରାଇକର ଜାନସେନ ଟିମ ପାଇଁ କରିଥିଲେ ପ୍ରଥମ ଗୋଲ । ପ୍ରଥମ କ୍ୱାର୍ଟରେ ଡଚ୍ ଟିମ ୧-୦ରେ ଆଗକୁ ରହିଥିଲା । ଦ୍ୱିତୀୟ କ୍ୱାର୍ଟର ଶେଷ ପରେ ଡଚ୍ ଟିମ ୫-୦ରେ ଆଗରେ ରହିଥିଲା । ନେଦରଲ୍ୟାଣ୍ଡ ଏବଂ ଚିଲ୍ଲି ମଧ୍ୟରେ ଖେଳାଯାଇଥିବା ମ୍ୟାଚର ସପ୍ତମ ମିନିଟରେ ନେଦରଲ୍ୟାଣ୍ଡ ଟିମ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା । ଷ୍ଟ୍ରାଇକର ଜାନସେନ ଟିମ ପାଇଁ କରିଥିଲେ ପ୍ରଥମ ଗୋଲ । ପ୍ରଥମ କ୍ୱାର୍ଟରେ ଡଚ୍ ଟିମ ୧-୦ରେ ଆଗକୁ ରହିଥିଲା । ତୃତୀୟ କ୍ୱାର୍ଟର ଶେଷ ପରେ ଡଚ୍ ଟିମ ଏହି ବ୍ୟବଧାନକୁ ୧୧-୦ କରିଥିଲା । ଶେଷ କ୍ୱାର୍ଟରେ ନେଦରଲ୍ୟାଣ୍ଡ ଟିମ୍ ଆଉ ତିନିଟି ଗୋଲ ଦେଇ ଚିଲ୍ଲିରୁ ୧୪-୦ରେ ହରାଇବାରେ ସଫଳ ହୋଇଥିଲା । ମ୍ୟାଚରେ ଜାନସେନ ୪ଟି ଗୋଲ କରିଥିବା ବେଳେ ଡଚ୍ ଟିମର ଅଧିନାୟକ ବ୍ରିଙ୍କମନ ହ୍ୟାଟ୍ରିକ୍ ମାରିଥିଲେ । ଚିଲ୍ଲି ଟିମ ମ୍ୟାଚରେ କୌଣସି ଗୋଲ କରିବାରେ ସଫଳ ହୋଇ ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.