ବିଜୟ ସହ କ୍ରିକେଟ୍ ପ୍ରେମୀଙ୍କୁ ରୋହିତ ବାହିନୀର ଦୀପାବଳି ଭେଟି, ୧୫ରେ ନ୍ୟୁଜିଲାଣ୍ଡ ସହ ମହାମୁକାବିଲା

Published By : Prameya-News7 Bureau | November 12, 2023 IST

ବେଙ୍ଗାଲୁରୁ: ଭାରତର କୋଟି କୋଟି କ୍ରିକେଟ୍ ପ୍ରେମୀ ଓ ପ୍ରଶଂସକଙ୍କୁ ଭାରତୀୟ କ୍ରିକେଟ୍ ଦଳର ଦୀପାବଳି ଭେଟି। ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଚଳିତ ବିଶ୍ଵକପ୍‌ର ଶେଷ  ଲିଗ୍ ମ୍ୟାଚ୍‌କୁ ଭାରତ ଏକତରଫା ଭାବେ ଜିତି ନେଇଛି। ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଶତକ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଭାରତ ଅନଭିଜ୍ଞ ନେଦରଲ୍ୟାଣ୍ଡ୍ସକୁ ୧୬୦ ରନରେ ହରାଇଛି। ଏଥିସହ ବିଜୟ ସହ ଭାରତ ୯ଟିରୁ ୯ଟି ମ୍ୟାଚ୍ ଜିତି ଲିଗ୍‌ ପର୍ଯ୍ୟାୟ ଶେଷ କରିଛି। ଏବେ ନଭେମ୍ବର ୧୫ରେ ପ୍ରଥମ ସେମି ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ। ଅନ୍ୟପଟେ ପରାଜୟ ସହ ନେଦରଲ୍ୟାଣ୍ଡ୍ସ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ।

wp:heading {"level":4}

Also read- ୯ ବର୍ଷ ପରେ ଓ୍ୱିକେଟ୍‌ ନେଲେ କୋହଲି, ଖୁସିରେ ଝୁମିଲେ ପତ୍ନୀ ଅନୁଷ୍କା

/wp:heading

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ୬୧ ରନ, ଶୁଭମନ ଗିଲ୍ ୫୧ ରନ ଓ ବିରାଟ କୋହଲିଙ୍କ ୫୧ ରନ ପରେ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅପରାଜିତ ୧୨୮ ରନ ଓ କେଏଲ ରାହୁଲଙ୍କ ୧୦୨ ରନ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୪୧୦ ରନ କରିଥିଲା। ଜବାବରେ ନେଦରଲ୍ୟାଣ୍ଡ୍ସ ୪୭.୫ ଓଭରରେ ୨୫୦ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ତେଜା ନିଦାମାନୁରୁ ୫୪ ରନ ଓ ସିବ୍ରାଣ୍ଡ ଏଙ୍ଗେଲବ୍ରେଚ ୪୫ ରନ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Image
BCCI

୪୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନେଦରଲ୍ୟାଣ୍ଡ୍ସକୁ ୫ ରନ ସ୍କୋରରେ ଝଟକା ଲାଗିଥିଲା। ମାକ୍ସ ଓଦାଉଦ ଓ କୋଲିନ ଆକରମନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୧ ରନ ଯୋଡ଼ିଥିଲେ। ଏହାପରେ କୋଲିନ ୩୫ ରନ ଓ ମାକ୍ସ ୩୦ ରନ ପାଭିଲିୟନ ଫେରିଥିଲେ। ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍  ନେଇ ନେଦରଲ୍ୟାଣ୍ଡ୍ସ ବ୍ୟାଟରଙ୍କ ଉପରେ ଅଙ୍କୁଶ ଲଗାଇଥିଲେ। ତେବେ ମଧ୍ୟକ୍ରମରେ ସିବ୍ରାଣ୍ଡ ଏଙ୍ଗେଲବ୍ରେଚ ୪୫ ରନ କରି ପାଭିଲିୟନ ଫେରିଥିଲେ। ଲୋଗାନ ଭାନ ଓ ରଏଲଫ ଭାନ ଡର ମରଓ୍ଵି ପ୍ରତ୍ୟେକ ୧୬ ରନ କରିଥିଲେ। ତେବେ ଶେଷ ଆଡ଼କୁ ତେଜା ନିଦାମୁରୁମ ୩୯ ବଲରୁ ବିସ୍ଫୋରକ ୫୪ ରନର ଇନିଂସ ଖେଳି କିଛି ସମୟ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।  ରୋହିତ ତାଙ୍କୁ ଆଉଟ୍ କରି ୨୫୦ ରନରେ ନେଦରଲ୍ୟାଣ୍ଡ୍ସ ଇନିଂସର ଅନ୍ତ ଘଟାଇଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୯ ଓଭରରେ ୩୩ ରନ ଦେଇ ୨ଟି, ମହମ୍ମଦ ସିରାଜ ୬ ଓଭରରେ ୨୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। କୁଲଦୀପ ଯାଦବ ୪୧ ରନ ବ୍ୟୟ କରି ଓ ରବୀନ୍ଦ୍ର ଜାଡ଼େଜା ୪୯ ରନ ଦେଇ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.