ବିଶ୍ୱକପ୍ ୨୦୨୩: ଆଫଗାନିସ୍ତାନକୁ ୧୮୦ ରନ୍ ଟାର୍ଗେଟ୍ ଦେଲା ନେଦରଲାଣ୍ଡ, ମହମ୍ମଦ ନବୀଙ୍କ ଜବରଦସ୍ତ ବୋଲିଂ
3/11/2023 at 5:36 PM

ଲକ୍ଷ୍ନୌ: ବିଶ୍ୱକପ୍ର ୩୪ ତମ ମୁକାବିଲାରେ ଶୁକ୍ରବାର ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହୋଇଛନ୍ତି ଆଫଗାନିସ୍ତାନ ଓ ନେଦରଲାଣ୍ଡ। ଆଜିର ମ୍ୟାଚ୍ରେ ଟସ୍ ଜିତି ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୭୯ ରନ୍ କରିଛି। ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବାକୁ ହେଲେ ୧୮୦ ରନ୍ କରିବାକୁ ପଡିବ।
ନେଦରଲାଣ୍ଡ ବ୍ୟାଟିଂ
ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନେଦରଲାଣ୍ଡ ଆଫଗାନି ବୋଲରଙ୍କ ସମ୍ମୁଖରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନାହିଁ। ଆଫଗାନିସ୍ତାନର ଘାତକ ବୋଲରମାନେ ନେଦରଲାଣ୍ଡକୁ ମାତ୍ର ୪୬.୩ ଓଭରରେ ଅଲ୍ଆଉଟ୍ କରିଦେଇଥିଲେ। ନେଦରଲାଣ୍ଡ ପକ୍ଷରୁ ସାଇବ୍ରାଣ୍ଡ ଏଙ୍ଗେଲବ୍ରେକ୍ଟ ଦଳ ପାଇଁ ସର୍ବାଧିକ ୫୮ ରନ୍ କରିଛନ୍ତି। ଅପର ପକ୍ଷରେ ଆଫଗାନିସ୍ତାନର ମହମ୍ମଦ ନବୀ ସର୍ବାଧିକ ୩ ୱିକେଟ୍ ନେଇଛନ୍ତି। ସେହିପରି ନୁର ମଧ୍ୟ ୨ ୱିକେଟ୍ ନେବାରେ ସଫଳ ହୋଇଛନ୍ତି।
ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଆସିଥିବା ନେଦରଲ୍ୟାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା। ଦଳ ପ୍ରଥମ ଓଭରର ପଞ୍ଚମ ବଲରେ ୱେସଲେ ବାରେସି (୦୧)ଙ୍କ ୱିକେଟ୍ ହରାଇଥିଲା।
ତା’ପରେ ଦ୍ୱିତୀୟ ୱିକେଟ୍ ପାଇଁ ମ୍ୟାକ୍ସ ଓ’ଡାଉଦ ଏବଂ କଲିନ୍ ଏକର୍ମ୍ୟାନ୍ ଦୁହେଁ ମିଶି ୬୯ ରନ୍ (୬୩ ବଲ୍) ର ପାର୍ଟନର୍ସିପ୍ କରିଥିଲେ। ଦଳ ପାଇଁ ଏହା ସବୁଠାରୁ ବଡ଼ ଭାଗିଦାରୀ ଥିଲା। ହେଲେ ୧୨.୩ ଓଭରରେ ମ୍ୟାକ୍ସ ଓ’ଡାଉଦ ଆଉଟ ହେବା ପରେ ପାର୍ଟନର୍ସିପ୍ ଭାଙ୍ଗିଯାଇଥିା। ଓ ଦାଉଦ ୪୦ ବଲରେ ୯ଟି ଚୌକା ସହାୟତାରେ ୪୨ ରନ୍ କରି ଆଉଟ୍ ହୋଇଥିଲେ।
ଏହାପରେ ୧୯ ତମ ଓଭରରେ କଲିନ୍ ଏକରମ୍ୟାନ୍ ୨୯ ରନ୍ କରି ଆଉଟ୍ ହୋଇଥିବା ପରେ ପରବରତ୍ତୀ ବଲ୍ରେ ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡୱାର୍ଡସ(୦) ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଟିମ୍ର ଦୁଇ ଓପନର୍ ଓ ଅଧିନାୟକ ଏଡୱାର୍ଡସ୍ ଆଜି ରନ୍ ଆଉଟ୍ ହୋଇଛନ୍ତି। ଫଳରେ ଆଜି ଦଳ କେବଳ ରନ୍ ଆଉଟ୍ରେ ୪ ବ୍ୟାଟରଙ୍କ ୱିକେଟ୍ ହରାଇଥିଲା। । ଅଧିନାୟକ ଏଡ୍ୱାର୍ଡସ ଆଉଟ୍ ହେବାର ଅଳ୍ପ କିଛି ସମୟ ପରେ ମହମ୍ମଦ ନବୀ ବାସ୍ ଦେ ଲିଡେ (୩)ଙ୍କ ୱିକେଟ୍ ନେଇଥିଲେ। ଏହିପରି ଭାବେ ଦଳ ୯୭ ରନ୍ କରିଥିବା ବେଳେ ୫ଟି ୱିକେଟ୍ ନେଇ ହରାଇ ସାରିଥିଲା।
ତା’ପରେ ୨୬ ଓଭରରେ ସାକିବ ଜୁଲଫିକର ମାତ୍ର ୩ ରନ୍ କରି ନୁର ଅହମ୍ମଦଙ୍କ ଜାଲରେ ଫସିଥିଲେ। ଏହା ପରେ, ୩୧ ତମ ଓଭରରେ ଲୋଗାନ୍ ଭାନ୍ ବେକ(୨), ଭଲ ଇନିଂସ ଖେଳୁଥିବା ସାଇବ୍ରାଣ୍ଡ ଏଙ୍ଗେଲବ୍ରେକ୍ଟ (୫୮ ) ୪୨ ଓଭରରେ, ରୋଲୋଫ୍ ଭାନ୍ ଡେର୍ ମେରୱେ( ୧୧) ଆଉଟ୍ ହୋଇଥିଲେ। ଏବଂ ଶେଷ ୱିକେଟ୍ରେ ବ୍ୟାଟିଂ କରୁଥିବା ପଲ୍ ଭାନ୍ ମିକେରେନ୍ ୪ ରନ୍ କରି ଆଉଟ୍ ହୋଇଥିଲେ।
ବାଂଲାଦେଶ ବୋଲିଂ-
ଆଫଗାନିସ୍ତାନ ପକ୍ଷରୁ ଅଭିଜ୍ଞ ସ୍ପିନର ମହମ୍ମଦ ନବୀ ୯.୩ ଓଭର ବୋଲିଂ କରି ମାତ୍ର ୨୮ ରନ୍ ଦେଇ ୩ ୱିକେଟ୍ ନେଇଛନ୍ତି। ତାଙ୍କ ପରେ ନୁର ଅହମ୍ମଦ ୨ ୱିକେଟ୍ ନେଇଥିବା ବେଳେ ମୁଜିବ ଉର ରେହମାନ ୧ ୱିକେଟ୍ ନେଇଥିଲେ।