Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଅଷ୍ଟ୍ରେଲିଆକୁ ମାତ୍ ଦେଲା ନେଦରଲାଣ୍ଡ, ତୃତୀୟ ସ୍ଥାନରେ ରହି ଶେଷ କଲା ବିଶ୍ଵ କପ୍ ଅଭିଯାନ

29/01/2023 at 7:40 PM

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ଵ କପ୍ ୨୦୨୩ରେ ତୃତୀୟ ସ୍ଥାନ ପାଇଁ ଖେଳା ଯାଇଥିବା ମୁକାବିଲାରେ ନେଦରଲାଣ୍ଡ ବିଜୟ ହାସଲ କରିଛି। କଡା ମୁକାବିଲାରେ ନେଦରଲାଣ୍ଡ ୩-୧ ଗୋଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି। ଏହି ବିଜୟ ସହ ବିଶ୍ଵ କପ୍‌ରେ ତୃତୀୟ ସ୍ଥାନରେ ରହି ଏବଂ କାଂସ୍ୟ ପଦକ ଜିତି ନେଦରଲାଣ୍ଡ ନିଜର ଅଭିଯାନ ସମାପ୍ତ କରିଛି। ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି। ନେଦରଲାଣ୍ଡ ପକ୍ଷରୁ ବ୍ରିଙ୍କମାନ ଥିଏରୀ ଦୁଇଟି ଗୋଲ୍ ଦେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ଅଷ୍ଟ୍ରେଲିଆ ପ୍ରଥମ କ୍ଵାର୍ଟରରେ ଦମଦାର ପ୍ରଦର୍ଶନ କରିଥିଲା। ୧୨ତମ ମିନିଟ୍‌ରେ ହେଓ୍ଵାର୍ଡ ଜେରେମି ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୧-୦ରେ ଆଗୁଆ କରିଥିଲେ। ଏହା ପରେ ନେଦରଲାଣ୍ଡ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ହେଁ ସଫଳହୋଇ ପାରିନଥିଲା। ଦ୍ଵିତୀୟ କ୍ଵାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ତେବେ ତୃତୀୟ କ୍ଵାର୍ଟରରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା ଏହି କ୍ଵାର୍ଟରରେ ନେଦରଲାଣ୍ଡ ତିନୋଟି ଗୋଲ୍ ଦେଇ ମ୍ୟାଚ୍‌କୁ ନିଜ ଅକ୍ତିକାରକୁ ଆଣିଥିଲା। ନେଦରଲାଣ୍ଡ ପକ୍ଷରୁ ବ୍ରିଙ୍କମାନ ଥିଏରୀ ୩୪ ତମ ଏବଂ ୩୯ତମ ମିନିଟ୍‌ରେ ଗୋଲ୍ ଦେଇଥିବା ବେଳେ ଜନସେନ ଜିପ୍ ୩୨ତମ ମିନିଟ୍‌ରେ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ଵାର୍ଟରରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ହେଁ ନେଦରଲାଣ୍ଡ ସୁଯୋଗ ଦେଇନଥିଲା। ଶେଷରେ ମ୍ୟାଚ୍‌କୁ ୩-୧ ଗୋଲ୍‌ରେ ଜିତି ନେଇଛି ନେଦରଲାଣ୍ଡ।  

   Related Posts