suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଦକ୍ଷିଣ କୋରିଆକୁ ହରାଇ ଶୀର୍ଷ ୪ରେ ନେଦରଲାଣ୍ଡ, ସେମି ଫାଇନାଲ୍‌ ଲାଇନ୍ ଅପ୍ ଚୂଡାନ୍ତ

25/01/2023 at 11:25 PM

ଭୁବନେଶ୍ଵର: ପୁରୁଷ ହକି ବିଶ୍ଵ କପ୍‌ରେ ଶେଷ କ୍ଵାର୍ଟର ଫାଇନାଲ୍‌ରେ  ଦକ୍ଷିଣ କୋରିଆକୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରି ନେଦରଲାଣ୍ଡ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏକତରଫା ମ୍ୟାଚ୍‌ରେ ନେଦରଲାଣ୍ଡ ୫-୧ ଗୋଲ୍‌ରେ ଦକ୍ଷିଣ କୋରିଆ  ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ ଚତୁର୍ଥ ଦଳ ଭାବେ ସେମି ଫାଇନାଲ୍‌ରେ ପହଞ୍ଚିଛି। ଏଥିସହ ଚଳିତ ହକି ବିଶ୍ଵ କପ୍‌ରେ କ୍ଵାର୍ଟର ଫାଇନାଲ୍‌ ପର୍ଯ୍ୟାୟ ସରିଛି ଏବଂ ସେମି ଫାଇନାଲ୍ ଲାଇନ୍ ଅପ ଚୂଡାନ୍ତ ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ଜର୍ମାନୀ ସେମିରେ ପ୍ରବେଶ କରି ସାରିଛନ୍ତି।

ଚତୁର୍ଥ କ୍ଵାର୍ଟର ଫାଇନାଲ୍‌ରେ ନେଦରଲାଣ୍ଡ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ନେଦରଲାଣ୍ଡ ପକ୍ଷରୁ ବିଜେନ କୋଇନ ଦୁଇଟି ଗୋଲ୍ ଦେଇଥିବା ବେଳେ ବ୍ଲକ୍ ଜଷ୍ଟିନ, ଭାନ ହେଇଜନିନଜେନ ଷ୍ଟେଜିନ ଏବଂ ବେଇନ୍ସ ଟଉନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ବିଜୟୀ କରାଇଛନ୍ତି। ଦକ୍ଷିଣ ଆଫ୍ରିକା ତରଫରୁ ସିଓ ଇନଓ୍ଵ ଏକ ମାତ୍ର ଗୋଲ୍ ଦେଇଥିଲେ। ନେଦରଲାଣ୍ଡ ବିପକ୍ଷ କୋରିଆକୁ ମ୍ୟାଚ୍‌କୁ ଫେରିବାକୁ କୌଣସି ସୁଯୋଗ ଦେଇନଥିଲା।

ସେମି ଫାଇନାଲ୍

ପ୍ରଥମ ସେମି ଫାଇନାଲ୍-  ଅଷ୍ଟ୍ରେଲିଆ ବନାମ ଜର୍ମାନୀ, ଜାନୁଆରୀ ୨୭, ଅପରାହ୍ନ ୪ଟା ୩୦

ଦ୍ଵିତୀୟ ସେମି ଫାଇନାଲ୍- ବେଲଜିୟମ ବନାମ ନେଦରଲାଣ୍ଡ, ଜାନୁଆରୀ ୨୭, ସନ୍ଧ୍ୟା ୭ଟା

   Related Posts